ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଲେ ଯୁବକ, ଏବେ କ୍ୱାରେଣ୍ଟାଇନ୍‌ରେ

ରାଉଲକେଲା: ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍‌ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି।

ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼। ତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ। ସେ ଜଣେ କାର୍ ଡ୍ରାଇଭର। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ତାଙ୍କ ମାଲିକଙ୍କୁ ମାର୍ଚ୍ଚ ୨୩ ତାରିଖରେ ରାଜସ୍ଥାନ ନେଇ ଯାଇଥିଲେ। ଲକଡାଉନ୍ ଯୋଗୁଁ ଆଉ ଘରକୁ ଫେରିପାରିନଥିଲେ।

ଶୁକ୍ରବାର ସେ ଜାଣିବାକୁ ପାଇଥିଲେ ଏକ ସ୍ୱତନ୍ତ୍ର ଟ୍ରେନ୍ କୋଟାରୁ ରାଜଗାଙ୍ଗପୁର, ରାଉରକେଲା ଓ ବନ୍ଧମୁଣ୍ଡା ଦେଇ ହଟିଆ ଯାଉଛି। ପରେ କିଛି ସାମାଜିକ ସଂସ୍ଥାର ସହାୟତା କ୍ରମେ ସେ ଟ୍ରେନରେ ବସିଥିଲେ ମାତ୍ର ରାଉରକେଲା ଷ୍ଟେସନରେ ଟ୍ରେନ୍ ନ ରହିବାରୁ ସେ ବିବ୍ରତ ହୋଇପଡ଼ିଥିଲେ। ପରେ ବନ୍ଧମୁଣ୍ଡା ନିକଟରେ ଟ୍ରେନ୍‌ର ବେଗ ଟିକେ କମ୍ ହେବାରୁ ସେ ଟ୍ରେନରୁ ଡେଇଁ ପଡ଼ିଥିଲେ।

ପରେ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସେ ଏବେ ସରକାରୀ କ୍ୱାରେଣ୍ଟିନରେ ଅଛନ୍ତି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like