ଓଡ଼ିଶାରେ ଥାଇଲାଣ୍ଡ ବରକୋଳି , ୟୁଟ୍ୟୁବ ଦେଖି ଚାଷ ଆରମ୍ଭ କଲେ ଲୁଣିଗାଁର ଯୁବକ ଉପେନ୍ଦ୍ର ରାଉତ

ପ୍ରଥମ ବର୍ଷ ଗୋଟିଏ ଏକର ଜମିରୁ ଆୟ ହେଲା ୨ ଲକ୍ଷ ଟଙ୍କା

ନିଆଳି (ବିନୟ ମିଶ୍ର) : ଓଡ଼ିଶା ମାଟିରେ ଥାଇଲାଣ୍ଡ ବରକୋଳି ଚାଷ । ବାଡ଼ିରେ ଫଳିଛି ପେନ୍ଥା ପେନ୍ଥା ବରକୋଳି । ଓଡ଼ିଶାର କୃଷକଙ୍କୁ ଥାଇଲାଣ୍ଡ ବରକୋଳି ଦେଉଛି ରୋଜଗାର। ବେକାରୀ ସମସ୍ୟା ଦନକୁ ଦିନ ହୁହୁ ହୋଇ ବୃଦ୍ଧି ପାଉଥିବା ବାଳେ କଟକ ଜିଲ୍ଳା ନିଆଳି ବ୍ଲକ ଲୁଣିଗାଁ ଗ୍ରାମର ଜଣେ ଯୁବକ ନିଜ ଉଦ୍ୟମରେ ପାରମ୍ପରିକ ଚାଷ ଛାଡ଼ି ବରକୋଳି ଚାଷ ଆରମ୍ଭ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏବେର ମହଙ୍ଗା ଦୁନିଆରେ ଅନ୍ୟ ବେକାର ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପ୍ରଥମ ବର୍ଷ ଗୋଟିଏ ଏକର ଜମିରୁ ଆୟ ହୋଇଛି ୨ ଲକ୍ଷ ଟଙ୍କା ।

ନିଆଳି ବ୍ଲକ ଜଲ୍ଲାରପୁର ପଂଚାୟତ ଲୁଣିଗାଁ ଗ୍ରାମର ଉପେନ୍ଦ୍ର ରାଉତ।  ପରିବାର ଚଳାଇବା ପାଇଁ ବାହାରେ ଏକ କମ୍ପାନୀରେ ଚାକିରି କରିଥିଲେ । ହେଲେ ସେଠାରେ ଆତ୍ମସନ୍ତୋଷ ନମିଳିବାରୁ ଫେରିଆସିଥିଲେ ନିଜ ଭିଟାମାଟିକୁ ।  କିଛି ନୂଆ କରିବାର ଆଶା ରଖି ୟୁଟ୍ୟୁବରୁ ଦେଖି ଆରମ୍ଭ କଲେ ଥାଇଲାଣ୍ଡ ବରକୋଳି ଚାଷ । ପ୍ରଥମେ ପ୍ରଥମେ  ବରକୋଳି ଗୋଟିଏ ଚାଷ ବୋଲି କହି ଲୋକ ଥଟ୍ଟା କଲେ । କିନ୍ତୁ କାହା କଥାକୁ ଧ୍ୟାନ ନଦେଇ ନଶୁଣି ନିଜ ବିଲର ମାତ୍ର ୨୦ ଗୁଣ୍ଠରେ ଆରମ୍ଭ କରିଥିଲେ ଚାଷ । ଜୁଲାଇରେ ଚାଷ ଆରମ୍ଭ କରି ପ୍ରଥମ ବର୍ଷରେ ସେ ବରକୋଳି ବିକ୍ରି କରି ୨ ଲକ୍ଷରୁ ଅଧିକ ଟଙ୍କା ଲାଭ କରିଛନ୍ତି । ଆଗାମୀ ଦିନରେ ଏହି ଚାଷକୁ ଆଉ ଗୋଟେ ଏକର ବୃଦ୍ଧି କରିବାକୁ ଲକ୍ଷ ରଖିଛନ୍ତି ।

ପ୍ରଥମେ ଘରଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ଉପେନ୍ଦ୍ରଙ୍କୁ ଟାହି ଟାପରା କରୁଥିବାଲେ, କିନ୍ତୁ ଏବେ ଉପେନ୍ଦ୍ର ସମସ୍ତ ବେକାର ଯୁବକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ବର୍ଷକ ପରେ ଟାହିଟାପରା କରୁଥିବା ଲୋକେ କହୁଛନ୍ତି, ଏ ଚାଷ ଆମ ଗାଁର ଗୌରବ ବଢାଇଛି ।  ଚାଷ ଶିଖି ତାଙ୍କ ମାଧ୍ୟମରେ ଚାରା ଆଣି ଅନେକ ଏହି ଥାଇଲାଣ୍ଡ ବରକୋଳି ଚାଷ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଉପେନ୍ଦ୍ରଙ୍କର ଏହି ଚାଷ ବିଷୟରେ ଶୁଣି ରାଜ୍ୟର ବହୁ ସ୍ଥାନରୁ ଏବେ ଲୋକଙ୍କ ଭିଡ ଜମୁଛି । କୋଳି ସମ୍ପୂର୍ଣ୍ଣ ପାଚି ନଥିଲେ ମଧ୍ୟ ମିଠା ଲାଗୁଥିବାରୁ ଲୋକମାନେ ଆଗ୍ରହରେ କିଣି ନେଉଛନ୍ତି । କିଏ କହୁଛନ୍ତି ୫ କିଲୋ ଦିଅ, ଆଉ କିଏ କହୁଛି ୧୦ କିଲୋ କୋଳି ଦିଅ । ବିଦେଶ ଚାକିରୀ ଠାରୁ ବିଦଶୀ ବରକୋଳି ଚାଷରେ ଅଧିକ ଲାଭ ପାଇ ଉପେନ୍ଦ୍ର ଏବେ ବହୁତ ଖୁସି ।

You might also like