ଗୀତରେ ଗୀତରେ ଟ୍ରାଫିକ ସଚେତନତାର ବାର୍ତ୍ତା ବାଣ୍ଟିଲେ ସାର୍ଥକ

ଭୁବନେଶ୍ୱର(ଟି.ଗୌରୀଶଙ୍କର):ସଂଶୋଧିତ ମୋଟରଯାନ ଆଇନ ଆଖିରୁ ନିଦ ହଜାଇ ଦେଇଛି । ଗାଡ଼ି ଧରି ରାସ୍ତାକୁ ବାହାରିବାକୁ ଲୋକେ ଡରୁଛନ୍ତି। ସେଥିପାଇଁ ରାସ୍ତାଘାଟ ବି ଖାଁ ଖାଁ ଲାଗୁଛି। ଅବଶ୍ୟ ଲୋକଙ୍କ ବ୍ୟସ୍ତତାକୁ ଦେଖି ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି।କେଉଁଠି ଗୋଲାପ ଫୁଲ ତ କେଉଁଠି ଚକୋଲେଟ୍‌ ଦେଇ ଲୋକଙ୍କୁ ସଚେତନ ବି କରୁଛନ୍ତି।

ହେଲେ ଲୋକଙ୍କୁ ସଚେତନ କରିବା ପାଇଁ ଜୟପୁର ଜଣେ ଯୁବକ ସାର୍ଥକ ସାହୁ ଏକ ନିଆରା ପ୍ରୟାସ କରିଛନ୍ତି । ଯୁବବର୍ଗଙ୍କୁ ସଚେତନ କରିବା ପାଇଁ ତିଆରି କରିଛନ୍ତି ହିପ୍‌ ଅପ ଗୀତ। ଗୀତ ବି ବେଶ ଆକର୍ଷଣୀୟ ଆଉ ଶିକ୍ଷଣୀୟ ହୋଇପାରିଛି। 

କୋରାପୁଟ ଜିଲ୍ଲା ଜୟପୁର ସହରର ସାର୍ଥକ ନିଜ ଜୀବନରେ ଘଟିଥିବା କାହାଣୀକୁ ଗୀତ ମାଧ୍ୟମରେ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି। ଗୀତ ମାଧ୍ୟମରେ ହେଲମେଟ ନ ପିନ୍ଧି ଗାଡ଼ି ଚଲାଇବା,  ସ୍ପିଡ଼ ଡ୍ରାଇଭ ଓ ନିଶା ଖାଇ ଗାଡି ନ ଚଲାଇବା  ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି।  ଦୁଇ ମିନିଟ ୩୪ ସେକେଣ୍ଡର ଏଇ ଗୀତ ଵର୍ତ୍ତମାନ ଟ୍ରାଫିକ ସଚେତନତା କ୍ଷେତ୍ରରେ ଯୁବ ସମାଜ ପାଇଁ ପ୍ରେରଣା ନିଶ୍ଚୟ ହବ l

You might also like