ଝାରସୁଗୁଡ଼ା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପ୍ରମାଣିତ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଯାତ୍ରୀ। ଘଟଣାଟି ଥିଲା ଏମିତି।
ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ ଅଟକିଲା। ଜଣେ ଯାତ୍ରୀ ଷ୍ଟେସନରେ ଓହ୍ଲାଇଲେ ପିଇବା ପାଇଁ। ଚା’ ପିଉଥିଲେ। ହଠାତ୍ ଟ୍ରେନ ଛାଡ଼ିଦେଲା। ଟ୍ରେନ ଗଡ଼ିବା ଆରମ୍ଭ ହେବା ଦେଖି ଯାତ୍ରୀ ଜଣକ ଦୌଡ଼ି ଆସି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମ ଓ ଚଳନ୍ତା ଟ୍ରେନ ମଧ୍ୟରେ ଖସି ପଡ଼ିଥିଲେ। ଉପସ୍ଥିତ ଅନ୍ୟ ଆଖି ଖୋସି ହୋଇଗଲା।
ତୁରନ୍ତ ରେଲେଓ୍ୱ ସୁରକ୍ଷା ବଳର ଦୁଇ ଅଧିକାରୀ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଭାଗ୍ୟ ଭଲ, ତାଙ୍କର କିଛି ବି ହୋଇ ନ ଥିଲା। ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ। ଆଉ ଉଦ୍ଧାର ପରେ ଯାତ୍ରୀ ଜଣକ ପୁଣି ସେହି ଟ୍ରେନରେ ଯାତ୍ରା କରିଥିଲେ।
ଏହି ଯାତ୍ରୀଙ୍କ ନାଁ ରାଜେଶ ତଲବାର। ସମଲେଶ୍ୱରୀ ଏକ୍ସପ୍ରେସରେ ରାଜେଶ ହାଓ୍ୱଡ଼ାରୁ ସମ୍ବଲପୁର ଯିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଷ୍ଟେସନର ଏ ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।