କଟକଣା ଲାଗିଥିବା କୋଷ୍ଟ୍‌ ଗାର୍ଡ କ୍ୟାମ୍ପସ୍‌ ଭିତରକୁ ପ୍ରବେଶ କଲେ ଯୁବକ

ପାରାଦୀପ: ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ (କୋଷ୍ଟ୍‌ ଗାର୍ଡ) ମୁଖ୍ୟାଳୟ ପରିସର ଭିତରେ ଜଣେ ସନ୍ଦିଗ୍ଧ ଯୁବକ ପ୍ରବେଶ କରିବା ପରେ ତାଙ୍କୁ ଧରା ଯାଇ ପୁଲିସ୍‌ର ଜିମା ଦିଆଯାଇଛି। ସଂପୃକ୍ତ ଯୁବକଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଛି।

ଅଟକ ଯୁବକଙ୍କ ନାଁ ମହମ୍ମଦ ସାହାବାଜ୍‌ ଓ ତାଙ୍କ ଘର ଉତ୍ତରପ୍ରଦେଶ ମୁଜାଫର୍‌ ନଗରରେ ମହମ୍ମଦ ବୋଲି ଜଣାପଡ଼ିଛି।

ସୁରକ୍ଷା ବଳୟ ଭେଦ କରି ଏହି ଯୁବକ ଜଣକ କିପରି କୋଷ୍ଟ୍‌ ଗାର୍ଡ ଭଳି ହାଇ ସିକ୍ୟୁରିଟି କ୍ୟାମ୍ପସ୍‌ ପରିସରରେ ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଅନ୍ୟପଟେ ଅଟକ ଯୁବକଙ୍କ ନିକଟରୁ ଜ୍ୟାକେଟ୍‌ ଓ ୨୦ରୁ ଉର୍ଦ୍ଧ୍ୱ ପେନ୍‌ଡ୍ରାଇଭ୍‌ ଜବତ କରାଯାଇଛି। ସଂପୃକ୍ତ ଯୁବକ ଜଣକ ଜ୍ୟାକେଟ୍‌ ବେପାରୀ ବୋଲି ଜଣାପଡ଼ିଛି। ତେବେ ଏତେ ପରିମାଣର ପେନ୍‌ଡ୍ରାଇଭ୍‌ ଯୁବକଙ୍କ ନିକଟରୁ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like