ଭଉଣୀକୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ

କଣ୍ଟାବାଞ୍ଜି: ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇର ମୃତ୍ୟୁ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ଅନ୍ତର୍ଗତ ଗୁରୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ କର୍ଣ୍ଣଦାନୀ ସରାଫ।

ଆଜି ସକାଳେ ସାନ ଭଉଣୀ ପ୍ରେମଲତା ଘର ବାହାରେ ଝାଡୁ କରିବା ବେଳେ ଗଣେଶ ପୂଜା ପାଇଁ ସଜା ଯାଇଥିବା ଲିଚୁ ତାର ସଂସ୍ପର୍ଶରେ ଆସିଥିଲେ। ତାଙ୍କ ପାଟି ଶୁଣି ବଡ଼ ଭାଇ କର୍ଣ୍ଣଦାନୀ ସେଠାରେ ପହଞ୍ଚି  ତାରଟିକୁ ଟାଣି ଆଣିଥିଲେ। ହେଲେ ସେ ଭଉଣୀକୁ ବଞ୍ଚାଇ ଦେଇଥିବା ବେଳେ ନିଜେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

You might also like