• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର:(ଆଲୋକ ମହାନ୍ତି) ଶୁଣିବାକୁ ଆଶ୍ଚର୍ଯ୍ୟ ଓ ଅଖାଡୁଆ ଲାଗୁଥିଲେ ବି ଘଟଣାଟି ପୂରା ସତ। ଭୁବନେଶ୍ୱରର ଦେବାଶିଷ ସାହୁ ଅନଲାଇନରେ ଗାଈ ବିକ୍ରି କରିବାକୁ କ୍ରିଷି ଫାଏ ଆପରେ ଗତ ୧ ତାରିଖରେ ବିଜ୍ଞାପନ ଦେଇଥିଲେ। କିଛି ଘଂଟା ଭିତରେ ଦେବାଶିଷଙ୍କୁ ମନଜିତ୍ ନାଁରେ ଏକ ଫୋନ ଆସିଥିଲା ଏବଂ ସେ ଗାଈ କିଣିବାକୁ ଚାହିଁଥିଲେ। ୨୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହେଲା। ଅନଲାଇନରେ କିଛି ଟଙ୍କା ଆଉ ବଳକା ନଗଦରେ ଦେବାକୁ କହିଥିଲା ଗ୍ରାହକ।

ଦେବାଶିଷଙ୍କ ପାଖକୁ QR କୋଡ୍ ମାଧ୍ୟମରେ ପ୍ରଥମେ ୫ ଟଙ୍କା ପଠାଇଥିଲା ଆଉ ତାକୁ ସ୍କାନ କରିବା ପରେ ଆକାଉଣ୍ଟକୁ ଟଙ୍କା ଆସିଯାଇଥିଲା। ଏହାପରେ ଲୁଟେରା ପଠାଇଥିଲା ଆଉ ଏକ QR କୋଡ୍। ତେବେ ଦେବାଶିଷ ଏହାକୁ ସ୍କାନ କରିବା ପରେ ଟଙ୍କା ଆସିବା ବଦଳରେ ତାଙ୍କ ଆକାଉଣ୍ଟରୁ କଟିଯାଇଥିଲା ୨୦ ହଜାର। ଏହାପରେ ଟେକ୍ନିକାଲ୍ ତ୍ରୁଟି ହୋଇଥିବା କହି ୫ ଥରରେ ଲକ୍ଷେ ଟଙ୍କା ଠକି ନେଇଥିଲା ସାଇବର ଲୁଟେରା। ଠକେଇର ଶୀକାର ହୋଇଥିବା ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦେବାଶିଷ।

ଦେବାଶିଷଙ୍କୁ ଆସିଥିବା ନମ୍ବରରେ ଫୋନ୍ କରିଥିଲେ ଆମ ପ୍ରତିନିଧି। ଆଉ ଆଶ୍ଚର୍ଯ୍ୟଜନକ ଭାବେ ସାଇବର ଲୁଟେରା ତାଙ୍କ ଆଗରେ ବି ରଖିଥିଲା ସମାନ ପ୍ରସ୍ତାବ। ଅର୍ଥାତ୍ ସ୍କାନ QR କୋଡରେ ହେବ ଟଙ୍କା କାରବାର ହେବ ବୋଲି ଲୁଟେରା ଜଣକ କହିଥିଲା। ଦେବାଶିଷଙ୍କଠାରୁ ଲକ୍ଷେ ଟଙ୍କା ଠକିନେବା ପରେ ବି ତାଙ୍କ ନମ୍ବରକୁ ବାରମ୍ବାର କଲ୍ କରୁଛନ୍ତି ସାଇବର ଲୁଟେରା। ତେବେ ସାଇବର ଅପରାଧ ବଢୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ଲୋକେ।

Youth-duped-of-rs-1-lakh-in-online-fraud-on-pretext-of-cattle-sell
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories