ଯୁବକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର: ସମ୍ବଲପୁର ଫାଟକ ଅଞ୍ଚଳରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ହେଲେ ଜଗନ୍ନାଥ କଲୋନୀର ସନ୍ତୋଷ ପଟ୍ଟନାୟକ। ସକାଳୁ ଦୋକାନକୁ ଯାଉଥିବା ବେଳେ ବିଚ୍ ରାସ୍ତାରେ ଏକାଧିକ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଶରୀରର ବିଭିନ୍ନ ଅଂଶରେ କଟାଦାଗ ଥିବା ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଇଁଠାପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ କରୁଛି।

You might also like