ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ
ନୟାଗଡ଼: ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ। ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଶବର କଲୋନୀର ଅନୁରାଗ ନାୟକ। ସୂଚନା ଅନୁସାରେ, ଅନୁରାଗ ଫୁଲବାଣୀ ଯାଉଥିଲେ। ଏହି ସମୟରେ ରଙ୍ଗମାଟିଆ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେବାପରେ ବାଇକ୍ ସହ ଜଳି ଯାଇଥିଲେ ଅନୁରାଗ। ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।
ନୟାଗଡ଼: ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ। ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଶବର କଲୋନୀର ଅନୁରାଗ ନାୟକ।
ସୂଚନା ଅନୁସାରେ, ଅନୁରାଗ ଫୁଲବାଣୀ ଯାଉଥିଲେ। ଏହି ସମୟରେ ରଙ୍ଗମାଟିଆ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେବାପରେ ବାଇକ୍ ସହ ଜଳି ଯାଇଥିଲେ ଅନୁରାଗ।
ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।