• translate
Mihir Pattnayak

ବେଲପାହାଡ଼: ବେଲପାହାଡ଼ ପୌରାଞ୍ଚଳ କଦଳୀପିଟା ଗାଁ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଝାଡ଼ଖଣ୍ଡର ମହମ୍ମଦ ରସିଦ । ସେ ବେଲପାହାଡ଼ସ୍ଥିତ ନିଜ ଭିଣୋଇଙ୍କ ଘରକୁ ଆସିଥିଲେ । ଗାଧୋଇବା ଲାଗି ପୋଖରୀକୁ ଯାଇଥିବା ବେଳେ  ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇଥିଲେ । ଗ୍ରାମବାସୀ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Other Stories