• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ନୂଆପଡ଼ା: ପ୍ରେମ, ପ୍ରତାରଣାର ଭୟଙ୍କର ପରିଣତି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଏସିିଡ୍ ମାଡ଼ରେ ଗୁରୁତର ହୋଇ  ଯୁବକ। ୩ ମାସ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅର୍ନ୍ତଗତ ବଙ୍ଗାମୁଣ୍ଡା ଗାଁରେ।

ସୂଚନା ଅନୁସାରେ, ବଙ୍ଗାମୁଣ୍ଡା ଗାଁର ଆଲୋକ କୁମାର ସାହୁଙ୍କ ଗତବର୍ଷ ନଭେମ୍ୱର ୧୦ ତାରିଖରେ ବିବାହ କରି ଥାଆନ୍ତେ। ଏଥିପାଇଁ ସେ ୭ ତାରିଖ ଦିନ ତାଙ୍କ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କାର୍ଡ ଦେବାକୁ ଯାଇଥିଲେ। କାର୍ଡ ବାଣ୍ଟି ସାରି ସନ୍ଧ୍ୟାରେ ଗାଁକୁ ଫେରିବା ବେଳେ ତାଙ୍କ ଉପରକୁ କେହି ଏସିଡ୍‌ ଫିଙ୍ଗି ଦେଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ୩ ମାସ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି।

ପ୍ରେମ ବ୍ୟାପାରକୁ ନେଇ ଆଲୋକଙ୍କ ଉପରକୁ ଏସିଡ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆଲୋକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ହେଲେ ଆଲୋକଙ୍କ ବିବାହ ଅନ୍ୟତ୍ର ଠିକ୍‌ ହୋଇଥିଲା। ବାହାଘରକୁ ୩ ଦିନ ବାକି ଥିବାରୁ ସେ ବାହାଘର କାର୍ଡ ବାଣ୍ଟି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଁ ପୋଖରୀ ନିକଟରେ ତାଙ୍କୁ କେହି ଏସିଡ୍‌ ମାଡ଼ କରିଥିଲା।

ଆଲୋକଙ୍କ ବିବାହ ପରିବାର ଲୋକେ ଅନ୍ୟତ୍ର ଠିକ୍‌ କରିଥିବାରୁ ତାଙ୍କର ପ୍ରେମିକା ଅନ୍ୟ ୨ ଜଣଙ୍କ ସହ ମିଶି ତାଙ୍କ(ଆଲୋକ) ଉପରକୁ ଏସିଡ୍‌ ଫିଙ୍ଗି ଦେଇଥିଲେ। ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ପ୍ରେମିକା ସମେତ ୬ ଜଣଙ୍କୁ  ପୁଲିସ ଗିରଫ କରି କୋର୍ଟ ଚଲାଣ କରିଛି। ଏହି ଘଟଣାରେ ଆଉ କିଛି ଲୋକଙ୍କ ସମ୍ପୃକ୍ତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଏଯାଏ ଗିରଫ କରା ଯାଇ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଆଲୋକଙ୍କ ପରିବାର ଲୋକେ ଦାବି କରିଛନ୍ତି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

Youth-died-after-acid-attack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories