ସାଲେପୁର: ଦାଦାବଟି ନ ଦେବାରୁ ଦୋକାନ ଭିତରେ ପଶି ମା’,ପୁଅଙ୍କ ଭଙ୍ଗାରୁଜା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ଦାଦାବଟି ମାଗିବା ପରେ ନ ଦେବାରୁ ନିଜ ମା’ଙ୍କ ସହ ମିଶି ଜଣେ ଯୁବକ ଏକ ଇଳେକ୍ଟ୍ରୋନିକ୍ସ ଦୋକାନରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଯୁବକ ଜଣଙ୍କ ପ୍ରଥମେ କବାଟକୁ ଗୋଇଠା ମାରି ଦୋକାନ ଭିତରକୁ ପଶି କମ୍ପ୍ୟୁଟର ଭାଙ୍ଗିଥିଲେ। ଏହାପରେ ଅନ୍ୟ ଜିନିଷ ମଧ୍ୟ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଯୁବକଙ୍କ ସହ ତାଙ୍କ ମା’ମଧ୍ୟ ମିଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
https://youtu.be/QnOZrcG3qDw
ମା’ ଓ ପୁଅଙ୍କ ଆକ୍ରମଣରେ ବହୁ କର୍ମଚାରୀ ଆହତ ହୋଇଛନ୍ତି। ଦାଦାବଟିକୁ କେନ୍ଦ୍ରକରି ଯୁବକ ଜଣଙ୍କ ଭଙ୍ଗାରୁଜା କରିଥିବା ଦୋକାନ ମାଲିକ ନିଶ୍ଚିନ୍ତକୋଇଲି ଥାନରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।