ନଦୀ ପଠାରୁ ମିଳିଲା ଯୁବକଙ୍କ କଟା ମୁଣ୍ଡ, ଗୋଡ଼

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍‌ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିଲା। ଆଜି ସକାଳୁ ପାଣି ଭିତରୁ ହାତର କିଛି ଅଂଶ ଓ ଆଉ ଏକ ଗୋଡ଼ ମିଳିଛି।

ମୃତକ ତଳସରା ଥାନା ଅଞ୍ଚଳର ଦୁର୍ଗା ମାଝୀ(୩୧) ବୋଲି ଜଣାପଡ଼ିଛି। ସେ ଖତବଡେଗା ମଝାପଡ଼ାରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। କିଏ ଓ କାହିଁକି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ନା ହତ୍ୟା ପଛରେ ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ସୁନ୍ଦରଗଡ଼ ସଦରଥାନା ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଥାଉ କି, ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଭବାଣୀପୁର ଗାଁର ଗାଁ ସାଥୀ ରମେଶ ସିଂଙ୍କୁ ଖଣ୍ଡ ଖଣ୍ଡ କରି ଗାଁ ନିକଟ ପୋଖରୀରେ ଫିଙ୍ଗି ଦେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା

You might also like