ରାସ୍ତା କଡ଼ରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ବଲାଙ୍ଗିର: ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଗୁଏଲଭାଡ଼ି ଗାଁ ନିକଟ ରିଜର୍ଭ ଫରେଷ୍ଟ ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଗୁଏଲଭାଡ଼ି ଗାଁର ଟ୍ରାକ୍ଟର ଡ୍ରାଇଭର ଜୟବିଶି ମାଝୀ ବୋଲି ଜଣା ପଡ଼ିଛି।

ଗତ ୨୬ ତାରିଖରୁ ସେ ନିଖୋଜ ଥିବା ନେଇ ବଡ଼ମାଲ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଗତକାଲି ତାଙ୍କ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ବଡ଼ମାଲ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like