ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଏକ ଦୋକାନ ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ରବୀନ୍ଦ୍ର ସାହୁ। ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି।
ଦୋକାନ ବାହାର ପଟୁ ତାଲା ପଡ଼ିଥିବାରୁ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି।
ରବୀନ୍ଦ୍ର ନିଜ ସ୍ତ୍ରୀକୁ ମାରପିଟ୍ କରିବାରୁ ଜେଲ ଯାଇଥିଲେ। କିଛି ଦିନ ତଳେ ସେ ଜେଲ୍ରୁ ଖଲାସ ହୋଇଥିଲେ। ପାରିବାରିକ କଳହରୁ ଏପରି ଘଟି ଥାଇପାରେ ବୋଲି ପୁଲିସ୍ ସନ୍ଦେହ କରୁଛି।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।