ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରାମାଡ଼

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲୁବଜାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସେକ୍‌ ସର୍‌ଫରାଜ୍‌। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି।

ଗୁରୁତର ଅବସ୍ଥାରେ ସେକ୍‌ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସ୍‌ଫୁସ୍‌ରେ ଛୁରୀ ବାଜିଥିବାରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ସହରରେ ଆଖଡ଼ା ଶୋଭାଯାତ୍ରା ବେଳେ ସେକ୍‌ ବାଲୁବଜାର ଆଖଡ଼ା ଦଳ ସହିତ ଯାଉଥିଲେ। ତେବେ ତାଙ୍କ ସହ ଶତ୍ରୁତା ରଖିଥିବା କିଛି ଯୁବକ ପୂର୍ବରୁ ବାଲୁବଜାର ଅଞ୍ଚଳରେ ଛକି ରହିଥିଲେ। ଆଖଡ଼ା ଶୋଭାଯାତ୍ରା ବାଲୁବଜାରରେ ପହଞ୍ଚିବା କ୍ଷଣି ସେମାନେ ସେକ୍‌ଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ମାର୍‌ପିଟ୍‌ କରିଥିଲେ। ତା’ପରେ କେହି ଜଣେ ତାଙ୍କୁ ଛୁରା ମାଡ଼ କରିଥିଲା।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

 

You might also like