ଯୁବକଙ୍କୁ ଗୁଳିମାଡ଼

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳ ଛପଡା ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଛପଡା ଗାଁର ସମୀର ଦାସ ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି।

ତାଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ୍‌ରେ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ, ସାମାନ୍ୟ ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ରାଜା ନାମକ ଯୁବକଙ୍କ ସହ ସମୀରଙ୍କ ଝଗଡ଼ା ହେବାପରେ, ରାଜା ଛପଡା ବଜାରରେ ବୋମାମାଡ଼ କରିଥିଲା। ପରେ ସମୀରକୁ ଗୁଳିମାଡ଼ କରି ରାଜା ଫେରାର ହୋଇଯାଇଥିଲା।

ଘଟଣାସ୍ଥଳରେ ତିର୍ତ୍ତୋଲ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

You might also like