ଥାନା ଭିତରେ ନିଜ ତଣ୍ଟି କାଟିଲା ଯୁବକ

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ

ଗଞ୍ଜାମ/ଭଞ୍ଜନଗର  : ଥାନା ଭିତରେ ନିଜ ତଣ୍ଟି କାଟିଲା ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଭିତରେ। ଗାଙ୍ଗପୁର ଥାନା ନିମିନା ଗାଁର ଦେବରାଜ ନାମକ ଜଣେ ଯୁବକ ଗାଁ ଦାଣ୍ଡରେ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଉଥିଲା।

ଖବର ପାଇ ପୁଲିସ ଗାଁକୁ ଯାଇ ତାକୁ କାବୁ କରିଥିଲା। ତେବେ ଦେବରାଜକୁ ଥାନାରେ ଅଟକ ରଖାଯାଇଥିବା ବେଳେ ସେ ନିଜ ତଣ୍ଟି କାଟି ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦେବରାଜ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି।

You might also like