• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାରେ ତେଜିଲା ପ୍ରତିବାଦର ସ୍ୱର। ବିଶାଲଙ୍କୁ ବହିଷ୍କାର ଦାବିରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ ଓ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି।

ଭୁବନେଶ୍ୱର ରୁପାଲି ଛକରେ ବିଶାଳଙ୍କ କୁଶପୁତ୍ତଳିକା ଦାହ କରିବା ସହ ଯୁବ ଓ ଛାତ୍ର କଂଗ୍ରେସ ଶୋଭାଯାତ୍ରା କରିଛନ୍ତି। ଛାତ୍ର କଂଗ୍ରେସ ବିଶାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏଥିସହ ସେ କ୍ଷମା ପ୍ରାର୍ଥନା ନ କଲେ ତାଙ୍କ ଘରେ ପଶି ଅଣ୍ଡା ମା଼ଡ଼ କରିବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ।

ଆଜି ଛାତ୍ର ଏବଂ ଯୁବ କଂଗ୍ରେସର ୨୦ରୁ ଅଧିକ କର୍ମୀ ବିଶାଲ ଦେବଙ୍କ ସରକାରୀ ବାସଭବନ ଅଭିମୁଖେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ବାଧା ଦେଇଥିଲେ। ପରେ ପୁଲିସ୍‌ ଓ ଛାତ୍ର ଏବଂ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପୁଲିସ୍‌ ଛାତ୍ର ଏବଂ ଯୁବ କଂଗ୍ରେସର ୨୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଛି। ସେହିଭଳି ଚାନ୍ଦବାଲିରେ ସମାନ ଧରଣର ପ୍ରତିବାଦ କରାଯାଇ ଚାନ୍ଦବାଲି ବ୍ଲକ୍ ଯୁବ କଂଗ୍ରେସ ବହିଷ୍କାର ଦାବି କରିଛି। ରାଜ୍ୟପାଳଙ୍କୁ ତହସିଲଦାରଙ୍କ ମାଧ୍ୟମରେ ଛାତ୍ର କଂଗ୍ରେସ ନେତା ଦାବିପତ୍ର ଦେଇଛନ୍ତି।

ଆହୁରି ମଧ୍ୟ ପଢ଼ନ୍ତୁ: ଓଟିଭିକୁ ଖବର ସଂଗ୍ରହରୁ ବାରଣ କଲେ କ୍ରୀଡ଼ା ସଚିବ ବିଶାଲ ଦେବ

Youth-cong-nsui-odisha-members-oppose-to-sports-secy-vishal-dev-12
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories