ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଦେଲେ ଦୁର୍ବୃତ୍ତ

ପୁରୀ : ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଦେଲେ ଦୁର୍ବୃତ୍ତ। ପୁରୀ ଚନ୍ଦନପୁର ଥାନା ଥେଣ୍ଟପୁରରେ ଏଭଳି ଅଘଟଣ ଘଟିଛି। ଜୟକୃଷ୍ଣ ପ୍ରଧାନ ନାମକ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଦେଇଛନ୍ତି ଦୁର୍ବୃତ୍ତ।

କିଛିଦିନ ତଳେ ଦୁର୍ଘଟଣାରେ ଜୟକୃଷ୍ଣ ଓ ତାଙ୍କ ଭାଉଜ ଆହତ ହୋଇଥିଲେ। ଏନେଇ ଜୟକୃଷ୍ଣ ଚନ୍ଦନପୁର ଥାନାରେ ବଡ଼ତେନ୍ତୁଳି-ଗେଡୁସାହି ଯୁବକଙ୍କ ନାଁରେ ଅଭିଯୋଗ କରିଥିଲେ। ତେବେ ଥାନାରେ ଅଭିଯୋଗ କରିବାରୁ ଜୟକୃଷ୍ଣଙ୍କୁ ହତ୍ୟା କରାଯାଇଥିବା ସୂଚନା ରହିଛି।

 

You might also like