ହତ୍ୟା ପରେ ଜାଳିଦେଲେ !

ଆସିକା (ମନୋଜ ମୁନି): ଯୁବକଙ୍କୁ ହତ୍ୟା କରିବା ପରେ ପାଳ ପକାଇ ଜାଳିଦେଲେ ଦୁର୍ବୃତ୍ତ ! ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସୁନାପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ଆଜି ସକାଳେ ଜଣେ ବ୍ୟକ୍ତି ପୋଡ଼ି ଯାଉଥିବା ଦେଖି ଗାଁ ଲୋକେ ପୁଲିସ୍ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲା। ଅର୍ଦ୍ଧଦଗ୍ଧ ହୋଇଯାଇଥିବା ଯୁବକଙ୍କ ପାଟିରେ ରୁମାଲ ବନ୍ଧା ଯାଇଥିବା ବେଳେ ବେକରେ ଏକ ସୁନା ଚେନ୍ ମଧ୍ୟ ରହିଛି।

ଗାଁ ଲୋକଙ୍କ କହିବା ଅନୁଯାୟୀ, ଯୁବକ ଜଣଙ୍କ ସେହି ଗାଁର ନୁହନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଅନ୍ୟ କେଉଁଠି ହତ୍ୟା କରାଯାଇ ଏଠାରେ ଆଣି ପୋଡ଼ା ଯାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ହତ୍ୟାର କାରଣ ବି ଅସ୍ପଷ୍ଟ ରହିଛି। କବିସୂର୍ଯ୍ୟନଗର ପୁଲିସ୍‌ ଘଟଣାର ଛାନଭିନ୍ କରୁଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସେହି ସମାନ ସ୍ଥାନରେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିଲେ।

You might also like