ମହଙ୍ଗା ପଡ଼ିଲା ଥାର୍ଡ ଡିଗ୍ରୀ: ବିଚ୍‌ ରାସ୍ତାରେ ଯୁବକଙ୍କୁ ମାଡ଼ ମାରି କନଷ୍ଟେବଲ୍‌ ନିଲମ୍ୱିତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ମହଙ୍ଗା ପଡ଼ିଲା ବିଚ୍ ରାସ୍ତାରେ ଯୁବକଙ୍କୁ କନଷ୍ଟେବଲ୍‌ଙ୍କ ମାଡ଼ ମାରିବା ଘଟଣା। ସୋଶାଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ କନଷ୍ଟେବଲ୍‌ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି।

ଘଟଣାଟି ବୌଦ୍ଧ ଅଞ୍ଚଳର। ଗତକାଲି ସହରର କିଛି ଯୁବକ କମେଣ୍ଟ ମାରୁଥିବା ନେଇ ବୌଦ୍ଧ ପୁଲିସ୍‌ ଖବର ପାଇଥିଲା। ଏହାପରେ ଏକ ପିସିଆର୍ ଭ୍ୟାନ୍‌ରେ ପୁଲିସ୍‌ ପୋଷାକ ପିନ୍ଧା ଦୁଇ କନଷ୍ଟେବଲ ଏବଂ ସାଧା ପୋଷାକ ପିନ୍ଧା ଜଣେ କନଷ୍ଟେବଲ ଆସିଥିଲେ।

ସାଧା ପୋଷାକଧାରୀ ପୁଲିସ୍ କନଷ୍ଟେବଲ ଏକ ମୋଟା ପ୍ଲାଷ୍ଟିକ୍‌ ପାଇପ୍‌ ଧରି ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ସମୟରେ ପିସିଆର ଭ୍ୟାନ୍‌ ପାଖରେ ଆଉ ଦୁଇ ଜଣ କନଷ୍ଟେବଲ ଠିଆ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

 

ଆହୁରି ପଢ଼ନ୍ତୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

You might also like