ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ମୋହନା: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ସେହି ଗାଁର ମାଗଦା ପ୍ରଧାନଙ୍କ ପୁଅ ମିଖାଏଲ।
ଅଭିଯୋଗ ଅନୁଯାୟୀ, କିଛି ମାସ ପୂର୍ବରୁ ଏହି ଗାଁର ମାଶିଆଲ ପରିଛାଙ୍କ ପୁଅକୁ କୁକୁର କାମୁଡ଼ି ଦେଇଥିଲା। ପରେ ପିଲାଟିର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପାଇଁ ମାଗଦା ପ୍ରଧାନଙ୍କୁ ଦାୟୀ କରିଥିଲେ ମାଶିଆଲ। ଗୁଣିଗାରେଡ଼ି କରି ମାଗଦା ତାଙ୍କ ପୁଅକୁ ମାରି ଦେଇଥିବା ସେ ବିଶ୍ୱାସ କରୁଥିଲେ।
ସେହି ରାଗ ରଖି ଗତକାଲି ମାଗଦାଙ୍କ ପୁଅ ମିଖାଏଲଙ୍କୁ ମାଶିଆଲ ହତ୍ୟା କରିଥିବା ଅଭଯୋଗ ହୋଇଛି। ମିଖାଏଲ ଘରକୁ ଫେରୁଥିବା ବେଳେ ମାଶିଆଲ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ମାରି ଦେଇଛି ବୋଲି ମାଗଦା ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ କରୁଛି।