ଡ଼ାକ୍ତରାଣୀଙ୍କ ପ୍ରେମ ପ୍ରଣୟ ! ବିବାହର ପ୍ରତିଶ୍ରୁତି ଦେଇ ଫେରାର୍ ପ୍ରେମିକ

ବାଲିଗୁଡ଼ା : ପ୍ରଥମେ ପ୍ରେମ, ତାପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ। ଏପରି କିଛି ଅଭିଯୋଗ ନେଇ ଏବେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଜଣେ ଡାକ୍ତରାଣୀ । ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ଜଣେ ଡାକ୍ତରାଣୀ ସେହି ଜିଲ୍ଲାର ବ୍ଲକ୍ ପ୍ରୋଗାମ୍ ମ୍ୟାନେଜର୍ ଅମୂଲ୍ୟ କୁମାର ପାଣିଗ୍ରାହୀଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି। ଗତ ଦୁଇ ବର୍ଷ ଧରି ଅମୂଲ୍ୟ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରିଛନ୍ତି। ତେବେ ବିବାହ କରିବାକୁ କହିବା ପରେ ଏବେ ସେ ଫେରାର ହୋଇଯାଇଥିବା କହିଛନ୍ତି ।

 ଏନେଇ ଡାକ୍ତରାଣୀ ଜଣଙ୍କ ଦାରିଙ୍ଗିବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଏହି ଘଟଣା ନେଇ ଅମୂଲ୍ୟଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like