ରଡ୍‌ରେ ପିଟି ଯୁବକଙ୍କୁ ହତ୍ୟା

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାଉତରା ଗଢିଆ ଗାଁରେ ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଯିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାଁ ବିଜୟ ବେହେରା।

ସୂଚନା ଅନୁସାରେ, ଗତ ସନ୍ଧ୍ୟା କୌଣସି କାରଣକୁ ନେଇ ବିଜୟଙ୍କ ସହ ଗାଁର କିଛି ଯୁବକଙ୍କର ବଚସା ହୋଇଥିଲା। ଏହାପରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ଲୁହା ରଡ଼ରେ ବିଜୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ବିଜୟ ଟଳି ପଡ଼ିଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ମୃତ ବିଜୟଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଯୁବକ ଫେରାର ହୋଇଯାଇଥିବାବେଳେ ଗାଁରେ ଉତ୍ତେଜନା ଲାଗି ରହିଛି।

You might also like