ଭଉଣୀର ପ୍ରେମିକକୁ ଶାବଳରେ ପିଟି ହତ୍ୟା କଲେ ଦୁଇ ଭାଇ

ଭଦ୍ରକ : ଏକ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଶ୍ୟାମପୁର ମହାନ୍ତି ସାହିରେ ଭଉଣୀର ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ। ମୃତକ ହେଲେ ଆଚାର୍ଯ୍ୟନଗରର ପ୍ରଦୀପ ନାୟକ।

ମିଳିଥିବା ସୂଚନା ମୁତାବକ, ବିବାହିତ ହୋଇ ମଧ୍ୟ ପ୍ରଦୀପ ଶ୍ୟାମପୁର ମହାନ୍ତି ସାହିର ଜୈନିକ ବ୍ୟକ୍ତିଙ୍କ ଝିଅକୁ ପ୍ରେମ କରୁଥିଲେ। ଏହାକୁ  ବିରୋଧ କରୁଥିଲେ ଯୁବତୀଙ୍କ ଦୁଇ ଭାଇ।

ଆଜି ପ୍ରଦୀପ ନିଜ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ବେଳେ, ଯୋଜନାବଦ୍ଧ ଭାବେ ଯୁବତୀଙ୍କ ଦୁଇ ଭାଇ ତାଙ୍କୁ ଶାବଳରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ପାଇ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛି। ଶବକୁ ପୋଷ୍ଟମର୍ଟମ ଲାଗି ପଠାଇ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like