ପ୍ରେମିକା ପାଇଁ ସାଜିଥିଲେ ବାବା ବେଶ, କିନ୍ତୁ ଫସିଗଲେ
ଯାଜପୁର(ଅଭୟ ପତି): ପ୍ରେମିକାଙ୍କୁ ଦେଖା କରିବା ପାଇଁ ବାବା ବେଶ ହୋଇ ଯାଇଥିଲେ ପ୍ରେମିକ। ହେଲେ ଜାଣିନଥିଲେ ତାଙ୍କର ଏହି ପ୍ଲାନ୍ ଫସର ଫାଟିଯିବ ଓ ତାଙ୍କୁ ସିଧା ପୋଲିସ୍ ଷ୍ଟେସନ ଯିବାକୁ ପଡ଼ିବ। ଯାଜପୁର ରୋଡ୍ ଥାନା ଫେରୋକ୍ରୋମ ଗେଟ୍ କଲୋନୀ ନିକଟରେ ଏଭଳି କିଛି ଘଟଣା ଘଟିଛି। ପ୍ରେମିକାକୁ ଭେଟିବାକୁ ଆସି ହଟହଟା ହୋଇଛନ୍ତି ପ୍ରେମିକ।
ସୂଚନା ଅନୁସାରେ, ପ୍ରେମିକାକୁ ଭେଟିବା ପାଇଁ ସମ୍ପୃକ୍ତ ଯୁବକ ବାବା ବେଶ ହୋଇ ଆସିଥିଲେ। ହେଲେ ପିଲା ଚୋର ସନ୍ଦେହରେ ସ୍ଥାନୀୟ ଲୋକ ତାଙ୍କୁ କାବୁ କରି ପୋଲିସ୍ ଜିମା ଦେଇଥିଲେ। ଯୁବକ ଜଣକ ଅନୁଗୁଳ ଅଞ୍ଚଳର ଓ ସେ ଯୁକ୍ତ ୨ ଛାତ୍ର ବୋଲି ଜଣାପଡ଼ିଛି। ପୋଲିସ୍ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପ୍ରେମିକାଙ୍କ ପରିବାର ଲୋକ ସେମାନଙ୍କ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁନଥିବାରୁ ଏଭଳି ବେଶ ହୋଇ ପ୍ରେମିକାଙ୍କୁ ଭେଟିବାକୁ ଉକ୍ତ ଯୁବକ ଯାଇଥିଲେ। ଏହି ସମୟରେ ଜଣେ ଅପରିଚିତ ଯୁବକଙ୍କୁ ବାବା ବେଶରେ ଦେଖି ସ୍ଥାନୀୟ ଲୋକେ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ଏହାପରେ ଯୁବକଙ୍କୁ ପୋଲିସ୍ ଜିମା ଦେଇଥିଲେ।