ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ

ଉଦ୍ଧାର କଲେ ସ୍ଥାନୀୟ ଲୋକେ, ହସ୍ପିଟାଲରେ ଭର୍ତ୍ତି

 ରାଉରକେଲା : ରାଉରକେଲାରେ ଅଭାବନୀୟ ଘଟଣା। ଉପଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଯୁବକଙ୍କ ଅାତ୍ମହତ୍ୟା ଉଦ୍ୟମ। ଅାଇଡିଟିଏ ସମ୍ମିଳନୀ କକ୍ଷ ନିକଟ ଏକ ଗଛରେ ରଶି ଲଗାଇ ଯୁବକ ଜଣକ ଅାତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ଉଦ୍ଧାର ଯୁବକଙ୍କ ନାମ ଶଶାଙ୍କ ଶେଖର ଶତପଥୀ ବୋଲି ସୂଚନା ମିଳିଛି।  ପ୍ରଥମେ ଏହି ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

You might also like