ଥାନା ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ଭଦ୍ରକ: ନ୍ୟାୟ ନ ମିଳିବା ଅଭିଯୋଗ କରି ଥାନା ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ନାଁ ସେକ୍‌ ଫୟାଜ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁଯାୟୀ, ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁରେ ଏତଲା ଦିଆଯାଇଥିଲା। ପରେ ଘଟଣାକୁ ନେଇ ଫୟାଜ ଥାନାରେ ଜଣାଇଥିଲେ। ହେଲେ ନ୍ୟାୟ ମିଳିନଥିବା ଅଭିଯୋଗ ଆଣି ସେ ଥାନାକୁ ଆସିଥିଲେ ଓ ଥାନା ସମ୍ମୁଖରେ ସାଙ୍ଗରେ ଆଣିଥିବା ବୋତଲରୁ କିଛି ଦହନଶୀଳ ଜିନିଷ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।

ଫୟାଜଙ୍କ ହାତ ଓ ଗୋଡ଼ର କେତେକ ଅଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ତାଙ୍କୁ କୁହାଯାଇଥିଲା ବସିବା ପାଇଁ, ହେଲେ ହଠାତ୍‌ ସେ ରାଗିଯାଇ ଏପରି କାଣ୍ଡ ଭିଆଇଥିବା ପୋଲିସ୍‌ କହିଛି।

ଆହୁରି ପଢ଼ନ୍ତୁ

You might also like