ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ
ଯୁବକଙ୍କୁ କଟୁରୀରେ ଆକ୍ରମଣ ଅଭିଯୋଗ
ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେରରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ। ଗତ ନିର୍ବାଚନ ବେଳେ ସୃଷ୍ଟି ହୋଇଥିବା ଶତ୍ରୁତାକୁ କେନ୍ଦ୍ର କରି ସନ୍ଥପଡ଼ା ଗାଁରେ ଜଣେ ଯୁବକଙ୍କୁ କଟୁରୀରେ ଆକ୍ରମଣ ଅଭିଯୋଗ।
ଯୁବକଙ୍କ ନାଁ ସୁଶାନ୍ତ ସାମଲ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସୁଶାନ୍ତଙ୍କ ସହ ଆଜି ଗାଁ ମନ୍ଦିର ନିକଟରେ ସେହି ଗାଁର ସରୋଜ ସାମଲଙ୍କ ବଚସା ହୋଇଥିଲା। ଏହାପରେ ସରୋଜ ଓ ତାଙ୍କ ଭାଇ ସୁଶାନ୍ତଙ୍କୁ କଟୁରୀରେ ଆକ୍ରମଣ କରିଥିଲେ।
ସୁଶାନ୍ତଙ୍କ ବାମ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତ ସରୋଜ ସାମଲ ସନ୍ଥପଡ଼ା ପଞ୍ଚାୟତର ବିଜୁ ଯୁବ ବାହିନୀ ସଭାପତି ଥିବା ସୁଶାନ୍ତଙ୍କ ଭାଇ ଅଭିଯୋଗ କରିଛନ୍ତି। ଏନେଇ ତାଳଚେର ଥାନାରେ ଏତଲା ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଘଟଣା ସଂପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।