ସଇଁତଳାରେ ବିଜେଡି କାର୍ଯ୍ୟକ୍ରମରେ ଯୁବକଙ୍କୁ ନିସ୍ତୁକ ମାଡ଼

ବଲାଙ୍ଗିର  : ବଲାଙ୍ଗିର ସଇଁତଳାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ପୁଲିସ୍ ହେପାଜତରେ ଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ। ମନ୍ତ୍ରୀଙ୍କ ସମାବେଶକୁ ଅଣ୍ଡା ଫିଙ୍ଗିଥିବା ଅଭିଯୋଗରେ ପୁଲିସ ସଂପୃକ୍ତ ଯୁବକଙ୍କୁ ହେପାଜତକୁ ନେଇଥିଲା ।

ତେବେ ପୁଲିସ ଉପସ୍ଥିତି ସତ୍ତ୍ୱେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଦଳୀୟ ନେତା ଓ କର୍ମୀ। ଏପରିକି ମନ୍ତ୍ରୀ ସୁଶାନ୍ତ ସିଂହ ନିଜେ ମଧ୍ୟ ଟଣାଓଟରା କରିଥିବା ଦେଖିବାକୁ ମିଳିଥିଲା। ଗତକାଲି ସଇଁତଳାରେ ଅନୁଷ୍ଠିତ ଏହି ଜନସଂପର୍କ ଯାତ୍ରାରେ ମନ୍ତ୍ରୀ ସୁଶାନ୍ତ ସିଂ ଓ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଯାଉଥିବା ବେଳେ ଯୁବକ ଜଣକ ସମାବେଶ ସ୍ଥଳକୁ ଅଣ୍ଡା ଫିଙ୍ଗିଥିବା ଅଭିଯୋଗ ହୋଇଥିଲା।

ପରେ ଉପସ୍ଥିତ କର୍ମୀ ଓ ପୁଲିସ ଯୁବକଙ୍କୁ ଗୋଡାଇ ଗୋଡାଇ ଧରିବା ପରେ ବିଜେଡି କର୍ମୀମାନେ ତାଙ୍କୁ ମରଣାନ୍ତକ ଅାକ୍ରମଣ କରିଥିବା କୁହାଯାଉଛି। ଏହି ଘଟଣା ପଛରେ ଦଳୀୟ କନ୍ଦଳ ଥିବା ଚର୍ଚ୍ଚା ହେଉଥିବା ବେଳେ ସଇଁତଳା ପୁଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେପଟେ ଘଟଣା ସମ୍ପର୍କରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like