ଟ୍ରାଏଲ୍ ରୁମ୍ରେ ଡ୍ରେସ୍ ଚେଞ୍ଜ କରୁଥିଲେ ଯୁବତୀ, ଫଟୋ ଉଠାଉଥିଲେ ଯୁବକ
କେନ୍ଦୁଝର: ସପିଂ ମଲ୍ର ଲେଡିସ୍ ଟ୍ରାଏଲ୍ ରୁମ୍ରେ ଜଣେ ଯୁବତୀ ଡ୍ରେସ୍ ଚେଞ୍ଜ୍ କରୁଥିବା ବେଳେ ଜଣେ ଯୁବକ ମୋବାଇଲ୍ରେ ଫଟୋ ଉଠାଉଥିବା ଘଟଣା ଏବେ ସାମ୍ନାକୁ ଆସିଛି। କେନ୍ଦୁଝର ଜିଲ୍ଲାରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ ଗତକାଲି ଅପରାହ୍ଣରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଗୁର ଗାଡିଆ ସ୍ଥିତ ଏକ ସପିଂ ମଲ୍କୁ ସପିଂ କରିବାକୁ ଯାଇଥିଲେ। ସେଠାରେ ଟ୍ରାଏଲ୍ ରୁମ୍ରେ ଡ୍ରେସ୍ ଚେଞ୍ଜ କରୁଥିବା ବେଳେ ଉକ୍ତ ସମୟରେ ତାଙ୍କ ପାଖ ଟ୍ରାଏଲ୍ ରୁମ୍ରୁ ଜଣେ ଯୁବକ ମୋବାଇଲରେ ଫଟୋ ଉଠାଉଥିବା ସେ ସନ୍ଦେହ କରିଥିଲେ। ଯୁବକ ଜଣକ ଟ୍ରାଏଲ ରୁମ୍ର ଉପର ବାଟେ ଥିବା ଫାଙ୍କାରେ ମୋବବାଇଲ୍ରେ ଫଟୋ ନେବାକୁ ଚେଷ୍ଟା କରୁଥିବା ଯୁବତୀ ଜଣକ ଦେଖିବାକୁ ପାଇଥିଲେ।
ଏହାପରେ ଯୁବତୀ ଜଣଙ୍କ ଚିତ୍କାର କରି ମଲ୍ର କର୍ମଚାରୀଙ୍କୁ ଏସମ୍ପର୍କରେ ଅବଗତ କରାଇଥିଲେ। ମଲ୍ର ସୁରକ୍ଷା କର୍ମୀ ଚାଲି ଆସି ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନେଇଥିଲେ। ଏନେଇଉକ୍ତ ଯୁବତୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାର ତଦନ୍ତ କରୁଛି।
ଏହି ଘଟଣା ପରେ ସପିଂ ମଲ୍ରେ ଥିବା ଟ୍ରାଏଲ୍ ରୁମ୍ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି।