• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଯାଜପୁର: ଫେସ୍‌ବୁକ୍‌ରେ ପ୍ରେମ, ତା’ ପରେ ପ୍ରେମିକାକୁ ବ୍ଲାକ୍‌ମେଲିଂ। ଫେସବୁକ୍‌ରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ୍‌ କରି ଜଣେ ଯୁବକ ଗିରଫ ହୋଇଛନ୍ତି।

ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ସହ ଖୋର୍ଦ୍ଧା ଜିଲ୍ଲା ଭୋଗଡ଼ା ଗ୍ରାମର ନବକିଶୋର ବେହେରାଙ୍କ ଫେସ୍‌ବୁକ୍‌ରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରେ ସେ ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ସେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରିଦେଇଥିଲେ।

ଏନେଇ ଯୁବତୀ ଜଣଙ୍କ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରି ଗତକାଲି ନବକିଶୋରକୁ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଛି। ଯୁବକ ଜଣକ ପୂର୍ବରୁ ବହୁ ଯୁବତୀଙ୍କୁ ଏଭଳି ଢଙ୍ଗରେ ବ୍ଳାକ୍‌ମେଲିଂ କରୁଥିବା ପୋଲିସ ଜାଣିବାକୁ ପାଇଛି।

ଦିନକୁ ଦିନ ବଢ଼ି ଚାଲିଛି ସାଇବର ଅପରାଧ। କିଛି ଉଦ୍‌ଭ୍ରାନ୍ତ ଯୁବକ ନିରୀହ ଯୁବତୀଙ୍କ ଫଟୋ ଭାଇରାଲ କରି ସେମାନଙ୍କୁ ବଦ୍‌ନାମ୍‌ କରୁଛନ୍ତି ଯାହା ଚିନ୍ତାର ବିଷୟ ହୋଇଛି।

Youth-arrested-for-posting-obscene-image-of-her-girlfriend
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories