ନାବାଳିକାଙ୍କୁ କୁଆଁରୀ ମା’ କରିବା ଅଭିଯୋଗରେ ଯୁବକ ଗିରଫ

ସୁନ୍ଦରଗଡ଼: କୁଆରମୁଣ୍ଡାରେ ଜଣେ ନାବାଳିକାକୁ ବାରମ୍ବାର ଧର୍ଷଣ କରି କୁଆଁରୀ ମା’ କରିବା ଅଭିଯୋଗରେ ବୀରମିତ୍ରପୁର ପୁଲିସ୍‌ ମୁନ୍ନା ବଦ୍ରା ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଉକ୍ତ ନାବାଳିକା ତାର ଭାଇ ଭାଉଜ ସାଙ୍ଗରେ ରହୁଥିଲା। ଭାଇ ଭାଉଜ କାମ କରିବାକୁ ବାହାରକୁ ଯାଉଥିଲେ। ଏହାର ସୁଯୋଗ ନେଇ ପାଖ ଘରେ ରହୁଥିବା ମୁନ୍ନା ନାବାଳିକାଙ୍କୁ ଧମକାଇ ବାରମ୍ବାର ଧର୍ଷଣ କରିଥିବା ଅଭିଯୋଗ ହୋଇଥିଲା।

ଡିସେମ୍ବର ୨୨ତାରିଖରେ ନାବାଳିକା ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଅନ୍ୟପଟେ ଧର୍ଷଣ କରି ଗର୍ଭବତୀ କରିବା ପରେ ବିବାହ କରିବାକୁ ରାଜି ହୋଇନଥିଲା ଯୁବକ। ଏନେଇ ଥାନାରେ ମାମଲା ରଜୁ ହେବା ପରେ ଅଭିଯୁକ୍ତ ମୁନ୍ନା ବଦ୍ରାକୁ ପୁଲିସ୍ ଗିରଫ କରିଛି।

You might also like