ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଅଞ୍ଚଳର ଯୁବକଯୁବତୀଙ୍କୁ ଚାକିରି କରାଇ ଦେବା ନାଁରେ ଏକ ବଡଧରଣର ଠକେଇ ଅଭିଯୋଗ । ଜିଲ୍ଲାରୁ ୫ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗରେ ଖୁଣ୍ଟା ଥାନା ପୁଲିସ ଚାନ୍ଦିପୁର ଅଞ୍ଚଳରୁ ଜଣକୁ ଗିରଫ କରିଛି।
କୋର୍ଟ ୱାରେଣ୍ଟ ବଳରେ ଖୁଣ୍ଟା ଥାନା ଅଞ୍ଚଳର ଅଭିଯୁକ୍ତ ଲକ୍ଷ୍ମଣ ହାଁସଦାଙ୍କୁ ଗିରଫ କରିଛି ପୁଲିସ। ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ଏକ କମ୍ପାନୀରେ ଚାକିରି କରାଇ ଦେବାକୁ କହି ୮ ଲକ୍ଷରୁ ଅଧିକ ଟଙ୍କା ଠକେଇ ନେଇଥିବା ନେଇ ଲକ୍ଷ୍ମଣଙ୍କ ନାଁରେ ଅଭିଯୋଗ ଥିଲା।
ସେହିପରି ଜିଲ୍ଲା ବ୍ୟାପୀ ଏହି ଠକେଇର ଚେର ଲମ୍ବିଥିବା ବେଳେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି। ଏହି ରାକେଟର ପ୍ରାୟ ୧୧ଜଣ ଥିବା ଅଭିଯୋଗ ହୋଇଛି। ଠକେଇର ମୁଖ୍ୟ କାର୍ପଟଦାର ବିଶୋଇ ଥାନା ଅଞ୍ଚଳର ହୃଷିକେଶ ମହାନ୍ତି ବୋଲି ଗିରଫ ଅଭିଯୁକ୍ତ କହିଛି।
ଠକେଇ ଅଭିଯୋଗ ନେଇ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୋର୍ଟରେ ମାମଲା ଥିବା ବେଳେ ୱାରେଣ୍ଟ ଜାରି ହୋଇଥିଲା ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
Published By: Odishatv Bureau
Last updated: 27 September 2018, 04:12 PM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।