ଟ୍ରେନ୍‌ରେ ମହିଳାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗରେ ଯୁବକ ଗିରଫ

ରାଉରକେଲା: ରାଉର୍‌କେଲା ଆସୁଥିବା ରାଜାରାଣୀ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ରାଉରକେଲା ଜିଆରପି ଢେଙ୍କାନାଳର ଜଣେ ଯୁବକ ଗୌତମ ରାଉତକୁ ଗିରଫ କରିଛି।

ଶୁକ୍ରବାର ମହିଳା ଜଣକ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ ଶୋଇପଡ଼ିଥିଲେ। ମହିଳା ଜଣଙ୍କ ଶୋଇଥିବା ବେଳେ ଢେଙ୍କାନାଳର ଜଣେ ଯୁବକ ତାଙ୍କୁ ବିଭିନ୍ନ ପ୍ରକାର ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ନିଦ ଭାଙ୍ଗିଯିବା ପରେ ଚିତ୍କାର କରିବାରୁ ଟ୍ରେନର ଅନ୍ୟଯାତ୍ରୀ ମାନେ ଯୁବକକୁ ଧରି ରାଉରକେଲା ଜିଆରପି ପୁଲିସକୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ଯୁବକ ଜଣଙ୍କ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

You might also like