ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି ଲଜ୍ଜା। ନାବାଳିକାକୁ ଅସଦାଚରଣ କରି ଗିରଫ ହୋଇଛି ଜାଗୁଲାଇପଡ଼ାର ଦିଲୀପ ବେହେରା ନାମକ ଜଣେ ବ୍ୟକ୍ତି। ବଳଭଦ୍ର ଜୀଉଙ୍କ ରଥ ଦାଣ୍ଡରୁ ସାସ୍କୃତିକ କାର୍ଯ୍ୟକ୍ରମ ଦେଖି ଫେରୁଥିବା ବେଳେ ସେହିଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲା ଦିଲ୍ଲୀପ।
ଏ ନେଇ ନାବାଳିକା ଜଣକ କାନ୍ଦି ତାଙ୍କ ଘରେ କହିବାରୁ, କେନ୍ଦ୍ରାପଡ଼ା ଥାନାରେ ଏତଲା ଦେଇଥିଲେ ତାଙ୍କ ପରିବାର ଲୋକ।
ଏହାକୁ ଭିତ୍ତିକରି ପୁଲିସ ଅାସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ପୂର୍ବରୁ ଦିଲ୍ଲୀପ ଅନ୍ୟ ଏକ ଗ୍ରାମରେ ନାବାଳିକାକୁ ଦୁଷ୍କର୍ମ କରି ଜେଲ ଯାଇ ଫେରିଥିବା ପୁଲିସ କହିଛି।