ଥମୁନି ପିଲା ଚୋରି ଆତଙ୍କ: ଯୁବକଙ୍କୁ ନିସ୍ତୁକ ପିଟିଲେ ଲୋକେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ପିଲା ଚୋରି ଆତଙ୍କ। ଗୋଟିଏ ପରେ ଗୋଟିଏ ଗାଁକୁ ପିଲା ଚୋରି ଗୁଜବ ବ୍ୟାପିବାରେ ଲାଗିଛି।

ଆଜି ଭୋରରୁ ନୂଆଗାଁ ବ୍ଲକ୍‌ର ମେନମେନା ପଞ୍ଚାୟତରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗାଁଲୋକେ ନିସ୍ତୁକ ମାଡ଼ ମାରି ପୁଲିସ୍‌ ଜିମା ଦେଇଛନ୍ତି।

ସେହିପରି ଗତ ବୁଧବାର ରାତିରେ ପିଲା ଚୋରି ସନ୍ଦେହରେ ସେହି ନୂଆଗାଁ ବ୍ଲକର କୋକେରମାରେ ଜଣେ ଯୁବକକୁ ମଧ୍ୟ ଗାଁ ଲୋକେ ନିସ୍ତୁକ ମାଡ ମାରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳକୁ ଆସିଥିବା ହାତିବରୀ ପୁଲିସ୍‌ ଟିମ୍‌କୁ ୪ଘଣ୍ଟା ଅଟକ ରଖିବା ପରେ ଲୋକେ ଛାଡିଥିଲେ।

ଗତ ୧୫ ଦିନ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ବାରମ୍ବାର ଏପରି ଘଟଣା ଘଟୁଛି।

You might also like