ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଯୁବତୀଙ୍କୁ ଜଣେ ଯୁବକ ବେଲ୍ଟରେ ପିଟିଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଫିଲ୍ମ ହଲ୍ ପରିସରରେ ଏକ ଅପ୍ରୀତିକର ଘଟଣା ଘଟିଛି। ଫିଲ୍ମ ଦେଖି ଫେରୁଥିବା ବେଳେ ୩ ଜଣ ଯୁବତୀଙ୍କୁ ଜଣେ ଯୁବକ ବେଲ୍ଟରେ ପିଟିଥିବା ଅଭିଯୋଗ ହୋଇଛି।

ଉକ୍ତ ଯୁବକକୁ ଖାରବେଳନଗର ଥାନା ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

ଏହି ୩ଜଣ ଯୁବତୀ ରାଜଧାନୀର ଏକ ସରକାରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ବୋଲି ଜଣା ପଡ଼ିଛି। ତେବେ ୩ ଯୁବତୀଙ୍କୁ ଯୁବକ ଜଣଙ୍କ କାହିଁକି ଆକ୍ରମଣ କଲେ ତାହା ଜଣାପଡ଼ି ନାହିଁ।

 

You might also like