ଦାଦା-ଖୁଡ଼ୀଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଲା ପୁତୁରା

ବଲାଙ୍ଗିର: ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ପୁତୁରା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟ୍ରାବେଡ଼ା ଗାଁରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟା କରିଥିବା ଯୁବକଙ୍କ ନାଁ କୁଶ ନାଗ୍‌। ମୃତକ ହେଲେ- ତ୍ରିଲୋଚନ ନାଗ୍‌ ଓ ତାଙ୍କ ପତ୍ନୀ ସୀମା ନାଗ୍‌।

ଜମିଜମା ମାମଲାକୁ କେନ୍ଦ୍ର କରି କୁଶ ଦାଦା-ଖୁଡ଼ୀଙ୍କୁ ପୁତୁରା ହତ୍ୟା କରିଥିବା ଅଭିଯୋଗ ହୋଇଛି। କାଲି ରାତିରେ କୁଶ ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। କୂଅ ଭିତରେ ଏବେ ବି ତ୍ରିଲୋଚନ-ସୀମାଙ୍କ ମୃତଦେହ ପଡ଼ିଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି।

You might also like