ଗୁଣି ଗାରେଡ଼ି ସନ୍ଦେହରୁ ଜଣଙ୍କୁ ନିର୍ମମ ହତ୍ୟା

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରୁ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। କେନ୍ଦୁଝର ବାମେବାରୀ ଥାନା ପୀଢ଼ପୋଖରୀ ଗାଁରୁ ଆସିଛି ଏଭଳି ଅଭିଯୋଗ। ମୃତକ ହେଲେ ପୀଢ଼ପୋଖରୀ ଗାଁର ସୁଦାମ ମୁଣ୍ଡା। ଅଭିଯୋଗ ଅନୁଯାୟୀ,ଏହି ଗାଁର ଟୁଟୁ ମୁଣ୍ଡାଙ୍କ ମାଆ ଦେହ କିଛି ଦିନ ହେଲା ଖରାପ ରହିଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଣିଗାରେଡ଼ି କରି ସୁଦାମ ତାଙ୍କ ମାଆକୁ ମାରିଦେଇଥିବା ନେଇ ଟୁଟୁ ସନ୍ଦେହ କରୁଥିଲା।

ଗତକାଲି ଟୁଟୁଙ୍କ ସହ ତାଙ୍କର ସମ୍ପର୍କୀୟ ଏକାଠି ହୋଇ ସୁଦାମଙ୍କୁ ଏକ ପଣସ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ସୁଦାମଙ୍କ ମୃତ୍ୟୁ ପରେ ମୃତଦେହକୁ ଏକ ଖାଲରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଖବରପାଇ ବାମେବାରୀ ପୁଲିସ ମୃତଦେହ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

You might also like