ନୀଳଗିରି (ବିଶ୍ୱମ୍ବର ଦାସ) : ମାତ୍ର ୫ ହଜାର ଟଙ୍କା ପାଇଁ ହତ୍ୟାକାଣ୍ଡ। ଯୁବକଙ୍କୁ ପିଟି ପିଟି ମାରିଲେ ପଡ଼ୋଶୀ। ବାଲେଶ୍ୱର ଜିଲ୍ଲା ନୀଳଗିରି ବାଘମରା ଅଞ୍ଚଳରେ ବାବୁରାମ ସିଂଙ୍କୁ ପିଟି ପିଟି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ପଡ଼ୋଶୀ ବୁଧୁ ସିଂଙ୍କ ଘରେ ପଡ଼ି ରହିଛି।
ଅଭିଯୋଗ ଅନୁସାରେ, ବାବୁରାମଙ୍କ ମାଆ ଏବେ ଜିଲ୍ଲା ଜେଲ୍ରେ ବିଚାରାଧୀନ କଏଦୀ ଅଛନ୍ତି। ବୁଧୁ ସିଂଙ୍କୁ ସେ ୫ ହଜାର ଟଙ୍କା ପରିବାରଲୋକଙ୍କୁ ଦେବାକୁ ଦେଇଥିଲେ। ତେବେ ବୁଧୁ ଏ ଟଙ୍କା ନଦେଇ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏନେଇ ବାବୁରାମ ପଚାରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି ବାବୁରାମ୍ଙ୍କୁ ରକ୍ତାକ୍ତ ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ଏକ ମିଟିଂ କରି ତାଙ୍କର ଚିକିତ୍ସା ପାଇଁ ବୁଧୁ ସିଂହଙ୍କ ଘରେ ଛାଡ଼ିଥିଲେ। ତେବେ ଆଜି ତାଙ୍କ ମୃତ୍ୟୁ ହୋଇଛି।
ସେପଟେ ଘଟଣା ପରେ ବୁଧୁ ସିଂହ ଓ ତାଙ୍କ ପୁଅକୁ ଅଟକ ରଖାଯାଇଛି। ଘଟଣାରେ ନୀଳଗିରି ପୁଲିସ୍ ତଦନ୍ତ ଚଳାଇଛି।