• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ଘରୁ ଆସିବା ବେଳେ ହେଲ୍‌ମେଟ୍‌ ଆଣି ନ ଥିଲେ । ବାଟରେ ଚେକିଂରୁ ବର୍ତ୍ତିବା ପାଇଁ ସ୍କୁଲ ପାଖରେ ଛିଡ଼ା ହୋଇଥିଲେ। ଦୁର୍ଭାଗ୍ୟକୁ କିଛି ଲୋକ ତାଙ୍କୁ ପିଲା ଚୋର ଭାବିଲେ। ତାଙ୍କୁ ବାନ୍ଧିପକାଇ ନିସ୍ତୁକ ମାଡ଼ ମାରିଲେ। ପୁଲିସ ଖବର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଛନ୍ତି।

ସୂଚନା ମୁତାବକ, ଲକ୍ଷ୍ମୀନାରାୟଣ ସିଂ ନାମକ ଜଣେ ପରିବା ବ୍ୟବସାୟୀ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ ପରିବା ଆଣି ବାଲେଶ୍ୱର ଟାଉନ୍‌ ଓ ଆଖପାଖ ଅଞ୍ଚଳରେ ବିକ୍ରି କରନ୍ତି। ଆଜି ମଧ୍ୟ ସେ ପରିବା ବିକ୍ରି କରିବାକୁ ଆସିଥିଲେ। ତେବେ ରାସ୍ତାରେ ହେଲ୍‌ମେଟ୍‌ ଚେକିଂ ହେଉଥିବା ଜାଣି ଡହପଡ଼ା ହାଇସ୍କୁଲ ନିକଟରେ ଛକି ଯାଇଥିଲେ। ତାଙ୍କ ହାବଭାବ ଉପରେ ସନ୍ଦେହ କରି କିଛି ଲୋକ ତାଙ୍କୁ ପିଲା ଚୋର ଭାବିନେଇଥିଲେ ଓ ପ୍ରବଳ ମାଡ଼ ମାରିଥିଲେ। ସେ ଯେତେ ଅନୁରୋଧ କଲେ ବି କେହି ଶୁଣି ନ ଥିଲେ। ଏତିକିରେ ତାଙ୍କର ଦୁର୍ଦ୍ଦଶା ସରି ନ ଥିଲା। ସ୍କୁଲ୍‌ ପରିସରରେ ଏକ ଖୁଣ୍ଟରେ ତାଙ୍କୁ ବାନ୍ଧି ପକାଇଥିଲେ ଲୋକେ। ତେବେ ସହଦେବଖୁଣ୍ଟା ପୁଲିସ୍‌ ଖବର ପାଇ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରିଥିଲା। ସେ ଜଣେ ପରିବା ବ୍ୟବସାୟୀ ବୋଲି ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଛି।

Youngman-severely-beaten-over-suspicion-of-a-child-lifter
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories