ସବୁଠୁ କମ୍‌ ବୟସର ଓଡ଼ିଆ ଝିଅ ପାଇଲେ IAS

ଭୁବନେଶ୍ୱର: ଗତକାଲି ପ୍ରକାଶିତ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଆଉ ଜଣେ ଓଡିଆ। ଭିଲାଇରେ ରହୁଥିବା ଏହି କୃତୀ ପରୀକ୍ଷାର୍ଥୀ ହେଉଛନ୍ତି ସିମି କରଣ। ୩୧ ରାଙ୍କ ହାସଲ କରିଥିବା ସିମି ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି।

ସିମି ହେଉଛନ୍ତି ଆଇଆଇଟି ମୁମ୍ବାଇର ଛାତ୍ରୀ। ୨୦୧୯ରେ ସେ ସେଠାରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ।

ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ସନ୍ତୋଷପୁର ଗାଁରେ। ତେବେ ସେ ଭିଲାଇରେ ରହୁଛନ୍ତି। ତାଙ୍କ ପିତା ଭିଲାଇ ଷ୍ଟିଲ ପ୍ଲାଣ୍ଟର ଫାଇନାନ୍ସ ବିଭାଗରେ ଜେନେରାଲ ମ୍ୟାନେଜର ଭାବେ କାର୍ଯରତ। ତାଙ୍କ ପିତା ମାତା, ଶିକ୍ଷକ ଓ ବନ୍ଧୁମାନଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି। ନାରୀ ସଶକ୍ତିକରଣକୁ ନେଇ ଅନେକ କିଛି କରିବାକୁ ଇଚ୍ଛା ରହିଛି ବୋଲି ସେ କହିଛନ୍ତି।

ଗତକାଲି ପ୍ରକାଶ ପାଇଥିଲା ସିଭିଲ ସର୍ଭିସ ରେଜଲ୍ଟ ୨୦୧୯। ଏଥିରେ ପ୍ରଦୀପ ସିଂହ  IAS ଟପ୍ପର ହୋଇଛନ୍ତି।  ସେହିପରି  ଯତୀନ କିଶୋର ଦ୍ୱିତୀୟ, ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି। ୨୦୧୯ରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ରାଙ୍କ ମିଳିଥିବାବେଳେ  ସଂଜିତା ମହାପାତ୍ରଙ୍କୁ ଦଶମ ସ୍ଥାନରେ ଅଛନ୍ତି। ସେହିପରି ୩୧ରେ ସିମି କରନ୍, ୧୦୭ ସ୍ଥାନରେ ଅଂଶୁମାନ ରାଜ, ୧୨୦ ସ୍ଥାନରେ ଅନୁପ ଦାସ,  ୧୨୫ରେ ନବଲ କୁମାର ଜୈନ, ୧୯୦ରେ ଶୈଳଜା ଦାସ,  ୨୦୨ରେ ରାହୁଲ ମିଶ୍ର, ୨୨୫ରେ ହେମା ନାୟକ, ୨୨୯ରେ  ଆରୁଷି ମିଶ୍ର,  ୨୯୧ରେ  ଆଶିଷ ଦାସ, ୨୯୪ରେ  ଅଙ୍କିତ ଶଙ୍କର ମିଶ୍ର ଅଛନ୍ତି। ସେହିପରି ୩୦୦ରାଙ୍କରେ  ସୋନାଲି ମିଶ୍ର, ୩୧୨ରେ ଦିବ୍ୟା ମିଶ୍ର,  ୩୬୧ରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ରେ  ଜୁବିନ ମହାପାତ୍ର, ୪୪୧ରେ  ସମୀର କୁମାର ଜେନା, ୫୬୭ରେ  ମାନସ ରଂଜନ ସାହୁ,  ୭୧୨ରେ  ଶିବମ ମିଶ୍ର, ୭୧୫ରେ  ଓମ୍ ପ୍ରସାଦ ମହାନ୍ତି ଓ  ୮୧୯ ରାଙ୍କରେ ଅଛନ୍ତି ବିଭୁତି ଭୂଷଣ ନାୟକ।

ଆହୁରି ପଢ଼ନ୍ତୁ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

You might also like