• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ରହ୍ମପୁର : କପିଳାସ ଅଭିମୁଖେ ଗୋଠଛଡା ହାତୀ ଛୁଆ । ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର ହୋଇଥିବା ତିନିମାସର ହାତୀ ଛୁଆକୁ ଏକ ସ୍ୱତନ୍ତ୍ର ଗାଡିରେ  କପିଳାସ ଜଙ୍ଗଲକୁ ନିଆଯାଉଥିବା ସୂଚନା ଦେଇଛନ୍ତି ଡିଏଫଓ ପ୍ରକାଶ ଚାନ୍ଦ ।  ଆଜି ଟମଣା ନର୍ସରୀରୁ ଏକ ଗାଡ଼ିରେ ବନ ବିଭାଗ କର୍ମଚାରୀ ତାକୁ କପିଳାସ ଅଭିମୁଖେ ନେଇ ଯାତ୍ରା କରିଛନ୍ତି । ସେଠାରେ ଜଙ୍ଗଲରେ ପ୍ରାକୃତିକ ଆବାସ ସ୍ଥଳୀରେ ହାତୀ ଛୁଆଟିକୁ ଛଡ଼ାଯିବ । ବ୍ରହ୍ମପୁରରୁ ଢେଙ୍କାନାଳ ପାଖାପାଖି ୩୦୦ କିଲୋମିଟର ହୋଇଥିବା ବେଳେ ଏହି ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିଛି ବନବିଭାଗ । ଗାଡ଼ିରେ ହାତୀ ଛୁଆ ପାଇଁ ଖାଇବା ଓ ଔଷଧ ମଧ୍ୟ ନିଆଯାଇଛି । ୧୨ ଜଣ ବନ କର୍ମଚାରୀ ଓ ଅଧିକାରୀ ବି ସାଙ୍ଗରେ ଅଛନ୍ତି । ସନ୍ଧ୍ୟା ୫ଟା ସୁଦ୍ଧା ସେମାନେ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚିଯିବେ ବୋଲି ଆଶା କରାଯାଉଛି।

ତେବେ ଛୁଆ ହାତୀ ଯିବା ସମୟରେ ନର୍ସରୀ ପରିସରରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ଛୁଆ ହାତୀକୁ ବିଦାୟ ଦେବା ବେଳେ କର୍ମଚାରୀଙ୍କ ଆଖିରେ ଲୁହ ଆସିଯାଇଥିଲା  । ହାତୀପଲ ଛୁଆ ହାତୀଟିକୁ ସିନା ଦଳରୁ ବାହାର କରିଦେଲେ, ହେଲେ ବନ କର୍ମଚାରୀ ଦୁଇ ଦିନ ଧରି ତାର ସେବାଯତ୍ନ କରିଥିଲେ  । ହାତୀ ଛୁଆଟି ମଧ୍ୟ ସେମାନଙ୍କ ସହ ଖୁବଶୀଘ୍ର ମିଶି ଯାଇଥିଲା । ଘଣ୍ଟାକୁ ଘଣ୍ଟା ତାକୁ ଖାଇବାକୁ ଦେବା ସହିତ ତା’ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ ଏହି କର୍ମଚାରୀମାନେ । ଆଉ ଯେତେବେଳେ ଆଜି ହାତୀ ଛୁଆଟିକୁ ଗାଡ଼ି ଉପରକୁ ଚଢ଼ାଇ ଦିଆଗଲା, ସେତେବେଳେ  ଉପସ୍ଥିତ କର୍ମଚାରୀମାନେ କୋହ ସମ୍ଭାଳି ପାରି ନଥିଲେ । ସେମାନଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ହାତୀ ଛୁଆ ଏଠାରୁ ଚାଲିଯିବା ପରେ ସ୍ଥାନୀୟ ଲୋକେ ବି ଦୁଃଖ ପ୍ରକାଶ କରିଛନ୍ତି ।  ଅଳ୍ପ ସମୟ ମଧ୍ୟରେ ହାତୀ ଓ ମଣିଷ ଭିତରେ ସୃଷ୍ଟି ହୋଇଥିବା ଅନାବିଳ ସମ୍ପର୍କକୁ ଭୁଲିପାରୁନାହାଁନ୍ତି ବନବିଭାଗ କର୍ମଚାରୀ ।

ସେପଟେ ଛୁଆ ହାତୀଟିକୁ କପିଳାସ ଚିଡ଼ିଆଖାନାରେ ରଖାଯିବ ବୋଲି  ସ୍ଥିର କରିଛି ରାଜ୍ୟ ବନ ବିଭାଗ । କପିଳାସରେ ପହଞ୍ଚିବା ପରେ ପ୍ରଥମେ କିଛିଦିନ ପାଇଁ ସ୍ୱତନ୍ତ୍ର ଘରେ କ୍ୱାରେଣ୍ଟାଇନରେ ଛୁଆ ହାତୀଟିକୁ ରଖାଯିବ । ମାହୁନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଇନଫ୍ରାରେଡ ଲାଇଟ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯେଉଁଠି ଉଷ୍ମତା ପାଇପାରିବ ହାତୀଛୁଆ  । ଏହା ସହିତ ହାତୀଛୁଆର ବ୍ଲଡ ସାମ୍ପଲ କଲେକ୍ସନ କରି OUATକୁ ପଠାଯିବ । ତା ଦେହରେ ହରପିସ କିମ୍ବା ଅନ୍ୟ କୌଣସି ରୋଗ ଅଛିକି ନାହିଁ ପରୀକ୍ଷା କରାଯିବ । ବର୍ତ୍ତମାନ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ତିନୋଟି ପୁରୁଷ ହାତୀ ଥିବା ବେଳେ ଗୋଟିଏ ମାଈ ହାତୀ ଅଛନ୍ତି । ଏକମାସ ରହିବା ପରେ ସେ ଅନ୍ୟ ହାତୀ ମାନଙ୍କ ସହିତ ଖାପ ଖୁଆଇ ଚଳିପାରିବ ବୋଲି ଆଶା କରାଯାଉଛି  ।

ସୂଚନାଯୋଗ୍ୟ, ବ୍ରହ୍ମପୁର ଉପକଣ୍ଠ ସୁନାପୁରରୁ ଉଦ୍ଧାର କରାଯାଇଥିବା ଏହି ୩ ମାସର ଛୁଆହାତୀକୁ ପଲରେ ଥିବା ହାତୀମାନେ ଆଉ ଗ୍ରହଣ କଲେନାହିଁ । ଫଳରେ  ପଅର ଦିନ ରାତିରୁ ଛୁଆ ହାତୀକୁ ସେଠାକାର ବନ ବିଭାଗର ଟମଣା ବିଟ୍‌ ହାଉସ୍‌ରେ ଆଶ୍ରୟ ଦିଆଯାଇଥିଲା । ପାଣିରେ ଗାଧୋଇବାର ମଜା ନେବା ବେଳେ ଭାସି ଯାଉଥିବା ଏହି ହାତୀ ଛୁଆକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଏହା ପରେ ବନ ବିଭାଗ କର୍ମଚାରୀମାନେ ହାତୀ ଛୁଆଟିକୁ ତା’ ଦଳକୁ ପୁଣି ଫେରାଇ ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗୋଠ ଛଡ଼ା ହୋଇଥିବା ଏହି ହାତୀ ଛୁଆଟିକୁ ଆଉ ତା’ ମା’ ଗ୍ରହଣ କରି ନଥିଲା । ସେ ବାରମ୍ବାର ତାକୁ ତଡ଼ି ଦେଇଥିଲା। ଏହା ପରେ ବନ କର୍ମଚାରୀମାନେ ତାକୁ ଟମଣା ନର୍ସରୀରୁ ଆଣି ତା’ର ଚିକିତ୍ସା କରିଥିଲେ। ସେହିପରି ଖାଇବାପିଇବା ଶିଖି ନଥିବାରୁ ନିଯୁକ୍ତ ବନ କର୍ମଚାରୀମାନେ ତାକୁ ଖୁଆଇଥିଲେ।

Young-of-elephants-refused-by-herd-to-find-a-new-home-at-kapilas
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories