ସୋନୁ ସୁଦ୍‌ଙ୍କ ସାହାଯ୍ୟ ଭୂଲିବାର ନୁହେଁ, ତେଣୁ ଦୋକାନର ନାଁ ଦେଲେ…

କେନ୍ଦ୍ରାପଡା: ସାହାଯ୍ୟ ପାଇଥିଲେ, ସମ୍ମାନ ଜଣାଇଲେ। ଅଭିନେତା ସୋନୁ ସୁଦ୍ ଙ୍କ ନାଁରେ ଦୋକାନ ଖୋଲି ଚର୍ଚ୍ଚାରେ ଏବେ ଓଡ଼ିଆ ଯୁବକ ପ୍ରଶାନ୍ତ ପ୍ରଧାନ।

ଲକଡାଉନ ବେଳେ ଘରକୁ ଫେରିବାକୁ ଚାହୁଁଥିଲେ କେନ୍ଦ୍ରାପଡ଼ାର ହାତିନା ଅଂଚଳର ପ୍ରଶାନ୍ତ। ମାତ୍ର ବିଭିନ୍ନ ଆଡୁ ନିରାଶ ହେବା ପରେ ଶେଷରେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ବଲିଉଡ ଅଭିନେତା ସୋନୁ ସୁଦ୍ । କେରଳ କୋଚିରୁ ବିମାନରେ ପ୍ରଶାନ୍ତ ଓ ଅନ୍ୟ କିଛି ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ ଅଭିନେତା ସୋନୁ।

ଏଇ ସାହାଯ୍ୟକୁ ଚିରଦିନ ପାଇଁ ମନେ ରଖିବାକୁ ନିଜ ଗାଁରେ ସୋନୁଙ୍କ ନାଁରେ ସେ ଏକ ୱେଲଡିଂ ଦୋକାନ ଖୋଲିଛନ୍ତି । ନିଜେ ସେଠାରେ କାମ କରିବା ସହ ଗାଁର ଆଉ ତିନି ପରିବାର ବି ସେଠାରେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି।

You might also like