ମହଙ୍ଗା ପଡ଼ିଲା ଅସଦାଚରଣ ! ନାବାଳିକାଙ୍କ ମାଆଙ୍କ ମାଡ଼ରେ ଯୁବକ ଗୁରୁତର

ରାଉଲକେଲା ( ସତ୍ୟାନନ୍ଦ ମହାନ୍ତି) : ଯୁବକଙ୍କୁ ମହଙ୍ଗା ପଡିଲା ନାବାଳିକାଙ୍କୁ ଅସଦାଚରଣ। ନାବାଳିକାଙ୍କ ମାଆଙ୍କ ମାଡ଼ରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସାଧିନ ସମ୍ପୃକ୍ତ ଯୁବକ। ଏଭଳି ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅଞ୍ଚଳରେ।

ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ନିଜ ଭଉଣୀଙ୍କ ସହ ଘରେ ଥିବା ବେଳେ ଜଣେ ଯୁବକ ଘରକୁ ପଶି ଆସି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ସହ ଅସଦାଚରଣ କରିଥିଲା। ତେବେ ଦୁଇ ଭଉଣୀ ପାଟି କରିବାରୁ ଯୁବକ ଜଣକ ଫେରାର ହୋଇଯାଇଥିଲା। ନାବାଳିକାଙ୍କ ମାଆ ଘରକୁ ଫେରି ଘଟଣା ସମ୍ପର୍କରେ ଜାଣିବା ପରେ ରାଗ ସମ୍ଭାଳି ପାରିନଥିଲେ। ସମ୍ପୃକ୍ତ ଯୁବକକୁ ଖୋଜି ମାଲଗୋଦାମ ଅଞ୍ଚଳରେ ପାଇବା ପରେ ତା ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲେ।

ଯୁବକଟି ସଂଜ୍ଞାହୀନ ହୋଇ ସେଠାରେ ପଡିଯାଇଥିଲା। ଲୋକମାନେ ତାକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

You might also like