ନବବିବାହିତାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିଦେଲା ହୋଲି ରଙ୍ଗ, ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଜୀବନ ହାରିଲେ ଯୁବକ

ବଲାଙ୍ଗିର : ହୋଲି ଖେଳ ହେଲା କାଳ । ରଙ୍ଗର ପର୍ବ ହୋଲି, ଜୀବନର ସବୁ ରଙ୍ଗ ଧୋଇଦେଲା । ବାହାଘରର ମେହେନ୍ଦୀ ଲିଭିନି, ଲିଭିଗଲା ମଥାର ସିନ୍ଦୁର । ପାଦର ଅଳତା ଦାଉ ଦାଉ ହୋଇ ଜଳୁଥିବା ବେଳେ ହାତର ଶଙ୍ଖା ଭାଙ୍ଗିଗଲା। ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ବିବାହର ମାତ୍ର ଏକ ମାସ ପରେ ଚୁନା ହୋଇଗଲା ସୁନାର ସଂସାର। ଏକମାତ୍ର ପୁଅକୁ ହରାଇ ପୂରା ପରିବାର ଭାଙ୍ଗିପଡ଼ିଥିବା ବେଳେ ଅବାକ ହୋଇଯାଇଛି ସ୍ତ୍ରୀ।  ସ୍ୱାମୀକୁ ହରାଇ ସ୍ଥାଣୁ ପରି ବସିରହିଛି । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ମ୍ୟୁନସିପାଲିଟି କଲୋନୀରେ ।

ସିଭିଲକୋର୍ଟରେ କିରାଣୀ ଭାବେ ଚାକିରୀ କରୁଥିବା ସମୀର ରଂଜନ ପଧାନ ଗତ ମାସେ ତଲେ ବାହା ହୋଇଥିଲେ । ଗତକାଲି ରଙ୍ଗ ଖେଲିବା ପରେ ଭୋଜିଭାତ କରିବା ପାଇଁ ସାଙ୍ଗ ମାନଙ୍କ ସହିତ ଦେଓଗାଁ ଥାନା ଶିବତଳା ଗାଁ ହରଗୌରୀ ମନ୍ଦିର ନିକଟକୁ ଯାଇଥିଲେ । ଆଉ ସେଠାରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ସମୀରଙ୍କ ମୃତ୍ୟୁ ହୋଇଥିବା ସାଙ୍ଗ ମାନେ କହୁଛନ୍ତି । ଟାଉନ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେପଟେ ଏକମାତ୍ର ପୁଅକୁ ହରାଇ ବାପା,ମା  ମୁଣ୍ଡପିଟୁଛନ୍ତି ଆଉ ବାହାଘରର ମାସେ ପରେ ସ୍ୱାମୀକୁ ହରାଇଥିବା ସ୍ତ୍ରୀ ମୁଣ୍ଡରେ ଚଡକ ପଡିଛି ।

ଶବ ବ୍ୟବଚ୍ଛେଦ ପରେ ବଳମ୍ୱିତ ରାତିରେ ଶବ ଶତ୍କାର କରାଯାଇଥିଲା । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ହସଖୁସ ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ ସମୀର ତାଙ୍କ ସାଂଗସାଥି ମହଳରେ ଶୋକର ଛାୟା ଖେଲିଯାଇଛି । ପୋଖରୀରେ ବୁଡି ତାଙ୍କ ପୁଅ ଯେ ମୃତ୍ୟୁବରଣ କରିଛି, ଏକଥାକୁ ସହଜରେ ଗ୍ରହଣ କରିପାରୁନାହନ୍ତି ପରିବାର ଲୋକେ ।

You might also like