ନବରାତ୍ରୀ ପରଠୁ ଘଞ୍ଚ ଜଙ୍ଗଲରେ ତପସ୍ୟାରେ ବସିଛନ୍ତି ଯୁବତୀ

ନବରଙ୍ଗପୁର: ଘଞ୍ଚ ଜଙ୍ଗଲରେ ଯୁବତୀଙ୍କ ତପସ୍ୟା। ଗତ ସପ୍ତାହେ ହେଲାଣି ଏକାକୀ ପାହାଡ଼ ତଳେ ବସି ତପସ୍ୟା କରୁଛନ୍ତି ଏହି ଯୁବତୀ। ନା କାହା ସହ କଥା ହେଉଛନ୍ତି ନା ଖାଦ୍ୟ ଗ୍ରହଣ କରୁଛନ୍ତି। ଆଜି ଭଳି ଦିନରେ ଏସବୁ ଶୁଣି ଅଜବ ଲାଗୁଥିଲେ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ସମ୍ପୃକ୍ତ ଯୁବତୀ ହେଲେ ଧାମନାଗୁଡ଼ା ଅଞ୍ଚଳର ନୀରାବତି।

ସୂଚନା ଅନୁସାରେ, କିଛି ଦିନ ତଳେ ନୀରାବତିଙ୍କ ଦେହ ଖରାପ ହେବାରୁ ସେ ସାନଭରଣ୍ଡି ଗାଁର ଗୋବିନ୍ଦ ଭଟ୍ଟଙ୍କ ନିକଟକୁ ଆସିଥିଲେ। ତାଙ୍କ ଠାରୁ ଚେର ମୂଳି ଔଷଧ ନେଇ ଏହାକୁ ସେବନ କରିବା ପରେ ସୁସ୍ଥ ହୋଇଥିଲେ ନୀରାବତି। ଏହାପରେ ସେ ଗୋବିନ୍ଦଙ୍କୁ ନିଜ ପୋଷ୍ୟ ପିତା ଭାବେ ଗ୍ରହଣ କରିଥିଲେ।

ତେବେ ନବରାତ୍ରୀ ପରଦିନ ନୀରାବତି କାହାକୁ କିଛି ନ କହି ଘରୁ ଚାଲି ଆସି ଚେଡ଼ାଗୁଡ଼ା ଗାଁ ସ୍ଥିତ ପୋଡାଗଡ଼ ପର୍ବତ ମାଳାର ଚେଡ଼ାଗୁଡ଼ା ପାହାଡ଼ ତଳେ ଗତ ସପ୍ତାହେ ହେଲାଣି ତପସ୍ୟା କରୁଛନ୍ତି। ନା କାହା ସହ କଥା ହେଉଛନ୍ତି ନା ଖାଦ୍ୟ ଗ୍ରହଣ କରୁଛନ୍ତି।

ଏଭଳି ୨୧ ଦିନ ସେ ତପସ୍ୟା କରିବେ। ଏହାପରେ ତପସ୍ୟା ଭାଙ୍ଗିବା କଥା ସେ ତାଙ୍କ ପୋଷ୍ୟ ବାପାଙ୍କୁ ତପସ୍ୟା ପୂର୍ବରୁ କହିଥିବା ଜଣାପଡ଼ିଛି।  

ଅନ୍ୟପକ୍ଷରେ, ଘଞ୍ଚ ଜଙ୍ଗଲରେ ଯୁବତୀ ଜଣକ ତପସ୍ୟା କରୁଥିବା ଘଟଣା ଜଣାପଡ଼ିବା ପରେ ତାଙ୍କୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ଼ ଜମାଇଛନ୍ତି।

ଆହୁରି ପଢ଼ନ୍ତୁ

୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ: ଦ୍ୱାର ଫିଟିଲା, ଦର୍ଶନ ଦେଲେ ପତିତ ଉଦ୍ଧାରକ ପତିତପାବନ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଛରେ ରହିଛି ଏମିତି ରହସ୍ୟ

ଶ୍ରୀମନ୍ଦିରରେ ବିରଳ ଇତିହାସ ହୋଇ ରହିଯିବ ଏଥରର ଦୁର୍ଲଭ ନାଗାର୍ଜୁନ ବେଶ

‘କୁବେର ବାବୁ’ଙ୍କ ପୁଅକୁ ଧରିଲା ଭିଜିଲାନ୍ସ ଟିମ୍‌

ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପରୀ ହତ୍ୟା ଘଟଣା: ଅରୁଣ ସାହୁ କହିଲେ, ମୁଁ ହିଂସାରେ ବିଶ୍ୱାସ କରେନି

ପରୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ

‘ଅରୁଣ ସାହୁଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁନି’

ସମ୍ପନ୍ନ ହେଲା କାଳିଆର ଶେଷକୃତ୍ୟ

You might also like