• translate
Prangyan Parimita

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଇଣ୍ଟରନେଟ ଯୁଗରେ ପୋଷ୍ଟକାର୍ଡ ଲେଖା। ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ସାଜିଛି ପୋଷ୍ଟକାର୍ଡ। ପୋଷ୍ଟକାର୍ଡରେ ଅତୀତର ମିଠା ମିଠା ସ୍ମୃତି ସାଉଣ୍ଟି ଚର୍ଚ୍ଚାରେ ଜଣେ ଯୁବକ। ଆଜିକା ସମୟରେ ହ୍ୱାଟସଆପ୍,ଫେସବୁକ, ମେସେଞ୍ଜର, ଇନଷ୍ଟାଗ୍ରାମରେ ଲୋକେ ସବୁବେଳେ ସକ୍ରିୟ ଥିବା ବେଳେ ବନ୍ଧୁବାନ୍ଧବଙ୍କୁ ଶୁଭେଚ୍ଛା ଜଣାଇବାକୁ ଏକକାଳୀନ ୭ ହଜାର ପୋଷ୍ଟ କାର୍ଡ ପଠାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଚିତ୍ତରଞ୍ଜନ ପ୍ରଧାନ। ଦିନ ରାତି ବସି ପୋଷ୍ଟକାର୍ଡ ଲେଖୁଛନ୍ତି। ଏବ ସୁଦ୍ଧା ୭ହଜାର ପୋଷ୍ଟକାର୍ଡ ଲେଖି ପଠାଇ ସାରିଲେଣି। ଆଉ ୨ ହଜାର ପୋଷ୍ଟ କାର୍ଡ ଲେଖୁଛନ୍ତି। ପାଖରେ  ଆଣ୍ଡ୍ରୋଏଡ଼ ମୋବାଇଲ ହ୍ୟାଣ୍ଡସେଟ, କିନ୍ତୁ ସେଥିରେ ମେସେଜ ପଠାଇ ଆତ୍ମତୃପ୍ତି ମିଳେନି। ଭୁଲି ପାରି ନାହାନ୍ତି ପୁରୁଣା ସ୍ମୃତି ପୋଷ୍ଟ କାର୍ଡକୁ। ବନ୍ଧୁ ଓ ଆତ୍ମୀୟ  ମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଗତ ଜାନୁଆରୀ ମାସରୁ ଆଜି ଯାଏଁ ପ୍ରତିଦିନ ପୋଷ୍ଟ କାର୍ଡ ଲେଖି ଚାଲିଛନ୍ତି। ଆଉ ପୋଷ୍ଟ ଅଫିସ ଯାଇ ପୋଷ୍ଟବକ୍ସଅରେ ପୋଷ୍ଟ କାର୍ଡ ଗୁଡିକୁ ପକାଉଛନ୍ତି ।

ଚିତ୍ତରଞ୍ଜନ କହିଛନ୍ତି, ଆଜିକାଲିକା ଦୁନିଆରେ ପୋଷ୍ଟକାର୍ଡ଼କୁ କେହି ପଚାରୁନାହାନ୍ତି। ହ୍ୱାଟସଆପ ମେସେଜରେ ଶୁଭଚ୍ଛା ଜଣାଉଛନ୍ତି। ଅଲୋଡ଼ା ହୋଇ ପଡ଼ି‍ଛିପୋଷ୍ଟକାର୍ଡ଼। ତେବେ ପୁରୁଣା ସ୍ମୃତିକୁ ତାଜା କରିବାକୁ ତଥା ପୁରୁଣା କଥା ମନେ ପକାଇ ଦେବାକୁ ଏପରି ପ୍ରୟାସ ଆରମ୍ଭ କରୁଛନ୍ତି। ପୋଷ୍ଟକାର୍ଡ଼ଟିଏ ବନ୍ଧୁକୁ ପଠାଇଲେ ସେ ସବୁଦିନ ସାଇତିକି ରଖିବା ସହ ମନେ ରଖିବ ବୋଲି ତାଙ୍କର ମତ। 

ଅନ୍ୟପଟେ ଆଜିକା ଯୁଗରେ ଏପରି ଯିଏ ଶୁଭେଚ୍ଛା ଭରା ପୋଷ୍ଟକାର୍ଡଟିଏ ପାଉଛି, ସେ ଖୁସି ମଧ୍ୟ ହୋଇଯାଉଛି। କାରଣ whatsapp କି ଅନ୍ୟ ସାମାଜିକ ଗଣମାଧ୍ୟମରେ ଆସୁଥିବା ଶୁଭେଚ୍ଛା ବାର୍ତ୍ତା କିଛି ସମୟ ପରେ ଡିଲିଟ ହୋଇ ଯାଉଥିବା ବେଳେ ପୋଷ୍ଟ କାର୍ଡଟି ବାର୍ତ୍ତା ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ତେବେ ଚିତ୍ତରଞ୍ଜନଙ୍କ ଏହି ପ୍ରୟାସ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବା ସହ ଏକ ନୂତନ ବାର୍ତ୍ତା ଦେଇଛି। ଏହାଦ୍ୱାରା ସରକାରଙ୍କ ରାଜକୋଷକୁ ଅର୍ଥ ଯିବା ସହ ପୋଷ୍ଟ ଅଫିସରେ ଅଲୋଡ଼ା ହୋଇ ପଡ଼ିଥିବା ପୋଷ୍ଟକାର୍ଡ ଗୁଡିକ କାମରେ ଆସିପାରୁଛି।

Other Stories